PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ରେଳମନ୍ତ୍ରୀଙ୍କୁ ପୁନର୍ବାର ଚିଠି ଲେଖିଲେ ଗଣେଶ୍ୱର ବେହେରା, ହରିଦାସପୁର-ପାରାଦ୍ୱୀପ ରେଳପଥରେ କେନ୍ଦ୍ରାପଡ଼ା ଦେଇ ଯାତ୍ରୀବାହୀ ରେଳ ଚଳାଚଳ ଦାବି

କେନ୍ଦ୍ରାପଡ଼ା, ୨୮/୧୧ : ହରିଦାସପୁର-ପାରାଦ୍ୱୀପ ରେଳପଥରେ କେନ୍ଦ୍ରାପଡ଼ା ଦେଇ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୁନର୍ବାର ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦେଶ ସ୍ଵାଧୀନ ହେବା ପରଠାରୁ ରେଳ ସଂଯୋଗୀକରଣ କ୍ଷେତ୍ରରେ କେନ୍ଦ୍ରାପଡ଼ା ଅବହେଳିତ ହୋଇ ରହିଛି। ୨୦୨୦ ସେପ୍ଟେମ୍ଵର ୨୩ ପରଠାରୁ ଏହି ରୁଟ୍‌ରେ ମାଲବାହୀ ଟ୍ରେନ୍ ଚାଲୁଛି। ନିୟମିତ ପ୍ରାୟ ୨୦ଟି ମାଲବାହୀ ଟ୍ରେନ୍ ଏହି ଟ୍ରାକ୍‌ରେ ଯାଉଛି ଏବଂ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ଵ ଯୋଗାଉଛି।

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ସମସ୍ତ ପରୀକ୍ଷା ସରିଛି। ପୂର୍ବତଟ ରେଳବାଇ ଦ୍ୱାରା HRPCL ନୋ ଅବଜେକ୍ସନ ସାର୍ଟିଫିକେଟ୍ ଦେଇ ସାରିଛି। କୋଚିଂ ଟ୍ରେନ୍ ଚଳାଚଳ ପାଇଁ ସିଆରଏସ୍ ଅନୁମତି ଦେଇସାରିଛି। ଏପରିକି ଏହି ରୁଟ୍‌ରେ ୯ଟି ଷ୍ଟେସନର ନିର୍ମାଣ କାମ ମଧ୍ୟ ଦୀର୍ଘ ଦିନରୁ ସରିଛି। ଏତଦ୍ ସତ୍ତ୍ଵେ ମଧ୍ୟ ଏହି ରୁଟ୍‌ରେ କାହିଁକି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଗଣେଶ୍ୱର ବେହେରା ପୁଣି ଲେଖିଛନ୍ତି ଯେ, ରେଲୱେ ଆମ ଦେଶର ଲାଇଫ୍ ଲାଇନ୍। ଏହି ରୁଟ୍‌ରେ ଯଦି ଟ୍ରେନ୍ ଚଳାଚଳ କରେ ତେବେ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟରେ ଉନ୍ନତି ଘଟିବ। ହେଲେ ଜିଲ୍ଲାରେ ଏହି ସେବା ଉପଲବ୍ଧ ନଥିବାରୁ କେନ୍ଦ୍ରାପଡ଼ା ପଛୁଆ ହୋଇ ରହିଛି। ଏନେଇ ପୂର୍ବରୁ ୨ ଥର ପତ୍ର ଲେଖି ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ନଭେମ୍ବର ୨୦୨୧ରେ କେନ୍ଦ୍ରାପଡା ଟାଉନ୍ ଏବଂ ବ୍ଲକ୍ କଂଗ୍ରେସ କମିଟି ଦ୍ୱାରା ହୋଇଥିବା ରେଳରୋକୋ ଆନ୍ଦୋଳନ ମଧ୍ୟ ଗୋପ ଷ୍ଟେସନରେ ବିଫଳ ହୋଇଛି। ତେଣୁ ଏଥିପ୍ରତି ତ୍ଵରିତ ଦୃଷ୍ଟି ଦିଆଯାଇ କେନ୍ଦ୍ରାପଡା ଦେଇ କଟକରୁ ପାରାଦୀପ ପର୍ଯ୍ୟନ୍ତ ଗୋଟିଏ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କଲେ ଅଞ୍ଚଳବାସୀ ଉପକୃତ ହେବେ। ସେହିପରି ଭଦ୍ରକରୁ ପାରାଦୀପ ପର୍ଯ୍ୟନ୍ତ ହରିଦାସପୁର ଏବଂ କେନ୍ଦ୍ରାପଡା ଦେଇ ଅନ୍ୟ ଏକ ଟ୍ରେନ୍ ଚଳାଚଳ କଲେ କୋଲକାତାରେ କାର୍ଯ୍ୟ କରୁଥିବା ଲୋକମାନେ ଉପକୃତ ହେବେ।