ପ୍ରମୂଖ ଖବର
  • EPIC ନମ୍ବର ବିବାଦ: ତେଜସ୍ୱୀ ଯାଦବଙ୍କୁ ପୁଣି ଭୋଟର କାର୍ଡ ଦାଖଲ କରିବାକୁ କହିଲେ ନିର୍ବାଚନ କମିଶନ୍
  • ||
  • ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଏସସିଓ ସମ୍ମିଳନୀରେ ହେବେ ସାମିଲ
  • ||
  • ପଟ୍ଟାମୁଣ୍ଡାଇ: ଘରେ ଭିତରେ ଜିଅନ୍ତା ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକମେଲ୍ କରୁଥିବା ଅଭିଯୋଗ
  • ||
  • କେନ୍ଦୁଝର: ୩୦୦୦ ଟଙ୍କା ଲାଞ୍ଚ ନେବା ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରାଙ୍କୁ ବେଳେ ମାଡ଼ି ବସିଲା ଭିଜିଲାନ୍ସ; ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ
  • ||
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ସ୍ୱତନ୍ତ୍ର ଅଫର; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Bijay Swain | August 6, 2025 11:06 PM

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏକ ଅନନ୍ୟ ଏବଂ ସମ୍ପୂର୍ଣ୍ଣ ନୂତନ "ମ୍ୟାଚିଙ୍ଗ ନମ୍ବର" ଚୟନ ସୁବିଧା ଆରମ୍ଭ କରିଛି। ଗ୍ରାହକମାନେ ଏବେ ମାତ୍ର ୫୦ ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟରେ ସେମାନଙ୍କ ପସନ୍ଦର ମୋବାଇଲ୍ ନମ୍ବର କ୍ରମ ଚୟନ କରିପାରିବେ।

ଏହି ନୂତନ ମ୍ୟାଚିଙ୍ଗ ମୋବାଇଲ ନମ୍ବର ଚୟନ ସୁବିଧାର ଲାଭ ନେଇ ଗ୍ରାହକମାନେ ଏବେ ନିଜ ପାଇଁ ତଥା ନିଜ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ପାଇଁ ଚାରିରୁ ସାତଟି ଶେଷ ମ୍ୟାଚିଙ୍ ମୋବାଇଲ ନମ୍ବରର ମିଶ୍ରଣ ବାଛିପାରିବେ। ଗ୍ରାହକମାନେ ଏକ କ୍ରମିକ ନମ୍ବର ବାଛିପାରିବେ ଯାହା ପୂର୍ବରୁ ଥିବା ମୋବାଇଲ୍ ନମ୍ବର, ଯାନବାହନ ପଞ୍ଜିକରଣ ନମ୍ବର, ଜନ୍ମ ତାରିଖ, କିମ୍ବା ସେମାନଙ୍କ ପସନ୍ଦର ଯେକୌଣସି ଭାଗ୍ୟବାନ ନମ୍ବର ସହିତ ମ୍ୟାଚିଙ୍ଗ ହେଉଥିବ। ଜିଓ ମ୍ୟାଚିଙ୍ଗ ନମ୍ବର ଚୟନ ସୁବିଧା ମାଧ୍ୟମରେ ପରିବାର ତଥା କ୍ଷୁଦ୍ର ବ୍ୟବସାୟଗୁଡିକ ପାଇଁ ନୂଆ ତଥା ଏକକ ପରିଚୟ ସୃଷ୍ଟି କରିବାର ଅନନ୍ୟ ସୁଯୋଗ ଆଣି ଉପଭୋକ୍ତାମାନଙ୍କୁ ସଶକ୍ତ କରୁଛି।

ଜିଓ ମ୍ୟାଚିଙ୍ଗ ନମ୍ବର ଚୟନ ସୁବିଧାର ପ୍ରମୁଖ ବିଶେଷତାଗୁଡିକ ମଧ୍ୟରେ ରହିଛି, ଗ୍ରାହକଙ୍କ ପସନ୍ଦର ସର୍ବାଧିକ ୪ଟି ପର୍ଯ୍ୟନ୍ତ ବ୍ୟକ୍ତିଗତ ନମ୍ବର ଚୟନ କରିବା ସୁବିଧା। ଏହାସହ ନୂତନ ଜିଓ ନମ୍ବରକୁ ଯେକୌଣସି ଅନ୍ୟ ଟେଲିକମ୍ ଅପରେଟରର ନମ୍ବର ସହିତ ମ୍ୟାଚିଙ୍ଗ କରିବା ସୁବିଧା, ନମ୍ବର ସିରିଜ୍ ଉପରେ କୌଣସି ପ୍ରତିବନ୍ଧକ ବିନା ଗ୍ରାହକ ନିଜ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନମ୍ବର ବାଛିପାରିବା ସୁବିଧା। ଏଥିସହିତ ଏହି ସ୍ୱତନ୍ତ୍ର ସୁବିଧା ସୀମିତ ସମୟ ପାଇଁ ମାତ୍ର ୫୦ ଟଙ୍କାରେ ଉପଲବ୍ଧ ଯାହା ସାଧାରଣତଃ ପ୍ରାୟ ୫୦୦ ଟଙ୍କାରୁ ଅଧିକ ରହିଥାଏ।

ଜିଓ ମ୍ୟାଚିଙ୍ଗ ନମ୍ବର ଚୟନ ସୁବିଧାର ଲାଭ ଗ୍ରାହକମାନେ ଏକାଧିକ ସୁବିଧାଜନକ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଗ୍ରାହକମାନେ ମାଇଁ ଜିଓ ଆପ୍ପ, ଜିଓ ୱେବସାଇଟ କିମ୍ବା ଅନୁମୋଦିତ ଜିଓ ରିଟେଲରଙ୍କ ପାଖରେ ଉପଲବ୍ଧ ବ୍ୟାପକ ମ୍ୟାଚିଙ୍ଗ ନମ୍ବରଗୁଡ଼ିକ ମଧ୍ୟରୁ ନିଜ ପସନ୍ଦର ନମ୍ବର ଖୋଜିପାରିବେ ଏବଂ ଚୟନ କରିପାରିବେ। ଗ୍ରାହକମାନେ ମଧ୍ୟ ବୁକିଂ ପରେ ମାଗଣା ହୋମ୍ ଡେଲିଭରି ବିକଳ୍ପ ବାଛିପାରିବେ କିମ୍ବା ସିମ ଆକ୍ଟିଭେଟ କରିବା ପାଇଁ ନିକଟସ୍ଥ ଜିଓ ଷ୍ଟୋର ପରିଦର୍ଶନ କରିପାରିବେ। କେୱାଇସି ଓ ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ, ଜିଓ ପ୍ରିପେଡ୍ ପ୍ଲାନରେ ନୂତନ ସିମ କାର୍ଡ ଆକ୍ଟିଭେଟ ବା ସକ୍ରିୟ ହେବ। ମ୍ୟାଚିଙ୍ଗ ନମ୍ବର ବୁକିଂ କରିବାର ୧୦ ଦିନ ମଧ୍ୟରେ ଗ୍ରାହକଙ୍କୁ ଏହା ଆକ୍ଟିଭେଟ କରିବା ଆବଶ୍ୟକ। ଏସମ୍ପର୍କରେ ଅଧିକ ସୂଚନା ପାଇଁ www.jio.com ପରିଦର୍ଶନ କରନ୍ତୁ କିମ୍ବା ମାଇଁ ଜିଓ ଆପ୍ ଡାଉନଲୋଡ୍ କରନ୍ତୁ।

ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ଜୁନ ୨୦୨୫ ସୁଦ୍ଧା ଓଡିଶାରେ ଜିଓ ନେଟୱାର୍କରେ ୧.୬୩ କୋଟିରୁ ଅଧିକ ମୋବାଇଲ ଗ୍ରାହକ, ୩.୪ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକ ଏବଂ ୧.୯୪ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଛନ୍ତି। ରାଜ୍ୟରେ ୪୬ ପ୍ରତିଶତରୁ ଅଧିକ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ, ୫୦ ପ୍ରତିଶତରୁ ଅଧିକ ୱାୟାରଲାଇନ୍ ଉପଭୋକ୍ତା ବଜାର ଅଂଶ ଏବଂ ପ୍ରାୟ ୮୪ ପ୍ରତିଶତ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର ଗ୍ରାହକ ବଜାର ଅଂଶ ସହିତ ଜିଓ ବିଗତ କିଛି ବର୍ଷ ଧରି ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ସ୍ଥାନ ବଜାୟ ରଖିଛି। ଓଡ଼ିଶାର କୋଣ ଅନୁକୋଣରେ ଜିଓର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ବଳରେ ଏହା ସମ୍ଭବ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.