ପ୍ରମୂଖ ଖବର
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଆୟୁର୍ବେଦିକ ସୌନ୍ଦର୍ଯ୍ୟ କ୍ଷେତ୍ରରେ ପାଦ ଥାପିଲା ରିଲାଏନ୍ସ ରିଟେଲ୍; ଟିରା ପକ୍ଷରୁ 'ପୁରାବେଦା' ବ୍ରାଣ୍ଡ ଶୁଭାରମ୍ଭ

Published By : Bijay Swain | July 30, 2025 9:44 PM

ମୁମ୍ବାଇ: ରିଲାଏନ୍ସ ରିଟେଲ ର ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ଟିରା ଆୟୁର୍ବେଦ ବ୍ରାଣ୍ଡ 'ପୁରାବେଦା' ଶୁଭାରମ୍ଭ କରିଛି। ଆୟୁର୍ବେଦ ବ୍ରାଣ୍ଡ ପୁରାବେଦା ଚାରୋଟି ସ୍ୱତନ୍ତ୍ର ରେଞ୍ଜ ସହିତ ଶୁଭାରମ୍ଭ କରିଛି। କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ଯେ ପୁରାବେଦା ପ୍ରାଚୀନ ପରମ୍ପରା ଏବଂ ଆଧୁନିକ ବିଜ୍ଞାନର ଏକ ଉତ୍ତମ ମିଶ୍ରଣ। ଏବଂ ଏହି ଶୁଭାରମ୍ଭ ଟିରାର ସୌନ୍ଦର୍ଯ୍ୟ ଉତ୍ପାଦଗୁଡ଼ିକୁ ସଚେତନ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବାର ଲକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହେବ।

ଟିରାର ସହ-ପ୍ରତିଷ୍ଠାତା ଏବଂ ସିଇଓ ଭକ୍ତି ମୋଦି ଏହି ଶୁଭାରମ୍ଭ ଅବସରରେ କହିଛନ୍ତି, "ଆମେ ପୁରାବେଦା ଶୁଭାରମ୍ଭ କରି ଅତ୍ୟନ୍ତ ଆନନ୍ଦିତ, ଯାହା ଏକ ବ୍ରାଣ୍ଡ ଭାବରେ ଭାରତର ଐତିହ୍ୟ ଏବଂ ନବସୃଜନର ଶକ୍ତିଶାଳୀ ସମନ୍ୱୟର ଏକ ପ୍ରତୀକ। ଟିରାରେ, ଆମର ଲକ୍ଷ୍ୟ ହେଉଛି ଏପରି ବ୍ରାଣ୍ଡଗୁଡ଼ିକୁ ଆଗକୁ ଆଣି ସୌନ୍ଦର୍ଯ୍ୟକୁ ଏକ ନୂତନ ପରିଭାଷା ଦେବା। ପୁରାବେଦା ସହିତ, ଆମେ ଗ୍ରାହକମାନଙ୍କୁ ଚିନ୍ତାଶୀଳ ଭାବରେ ଡିଜାଇନ୍ କରାଯାଇଥିବା ଉତ୍ପାଦଗୁଡିକ ମାଧ୍ୟମରେ ଆୟୁର୍ବେଦକୁ ଗ୍ରହଣ କରିବାକୁ ଉତ୍ସାହିତ କରିବୁ।"

ବ୍ରାଣ୍ଡ ପକ୍ଷରୁ ଧାରା, ନିୟମ, ସମ ଏବଂ ଶକ୍ତି ଭଳି ଚାରୋଟି ଉପାଦାନ-ଆଧାରିତ ରେଞ୍ଜ ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ରେଞ୍ଜ ଆୟୁର୍ବେଦିକ ଉପାଦାନ ଏବଂ କ୍ଲିନିକାଲି ପ୍ରମାଣିତ ଉପାଦାନର ଏକ ଅନନ୍ୟ ସମନ୍ୱୟ ଉପରେ ଆଧାରିତ। ଏହି ରେଞ୍ଜରେ ୫୦ ରୁ ଅଧିକ ଉତ୍ପାଦର ସମ୍ଭାର ରହିଛି। ଏଥିରେ ଚର୍ମ / ତ୍ୱଚାର ଯତ୍ନ, କେଶ ଯତ୍ନ ଏବଂ ଶରୀର ଯତ୍ନ ଉତ୍ପାଦ ଅନ୍ତର୍ଭୁକ୍ତ ରହିଛି। ପୁରାବେଦା ସମ୍ଭାରକୁ ଟିରା ଷ୍ଟୋର ଏବଂ ଟିରାର ୱେବସାଇଟରୁ କିଣାଯାଇପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.