ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ରେଣୁକାସ୍ୱାମୀ ହତ୍ୟା ମାମଲା : ଅଭିନେତା ଦର୍ଶନଙ୍କ ବଢିଲା ଅଡ଼ୁଆ, ହାଇକୋର୍ଟଙ୍କ ଜାମିନ ଦେବା ରାୟ ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

Published By : Rasmita Pradhan | July 25, 2025 8:58 AM

ନୂଆଦିଲ୍ଲୀ, ୨୫/୦୭ : ବହୁ ଚର୍ଚ୍ଚିତ ରେଣୁକାସ୍ୱାମୀ ହତ୍ୟା ମାମଲା। କନ୍ନଡ଼ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ବଢିଲା ଅଡ଼ୁଆ। ଦର୍ଶନଙ୍କ ସହ ଅନ୍ୟ ୬ ଜଣଙ୍କୁ ଜାମିନ ଦେବା ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। କହିଲେ ନ୍ୟାୟପାଳିକାଙ୍କ ଶକ୍ତିର ଦୁରୁପଯୋଗ କରିଛନ୍ତି ହାଇକୋର୍ଟ। ଟ୍ରାଏଲ କୋର୍ଟ ଜଜ୍‌ ଏପରି ଭୁଲ୍‌ କରିପାରନ୍ତି, କିନ୍ତୁ ହାଇକୋର୍ଟ ବିଚାରପତି ନୁହେଁ। ଅଭିନେତାଙ୍କ ଜାମିନ ରଦ୍ଦ କରିବାକୁ କର୍ଣ୍ଣାଟକ ସରକାରଙ୍କ ଯାଚିକାକୁ ସଂରକ୍ଷିତ ରଖିଛନ୍ତି ଶୀର୍ଷ ଅଦାଲତ। ଜଷ୍ଟିସ୍‌ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ୍‌ ଆର୍‌. ମହାଦେବନଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି। 

୨୦୨୪ ଡିସେମ୍ବର ୧୩ରେ ହାଇକୋର୍ଟ ଦର୍ଶନଙ୍କୁ ଜାମିନ ଦେଇଥିଲେ । ଏହା ପରେ ସେ ଜେଲରୁ ମୁକୁଳିଥିଲେ । କର୍ଣ୍ଣାଟକ ସରକାର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଜୁଲାଇ ୧୭ରେ ସୁପ୍ରିମକୋର୍ଟ ଅଭିନେତା ଦର୍ଶନଙ୍କୁ ମିଳିଥିବା ଜାମିନ ଉପରେ ପ୍ରଶ୍ନ ଉଠାଇଥିଲେ। ଗୁରୁବାର ପୁଣି ଥରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଉପରେ ବର୍ଷିଥିଲେ। ହାଇକୋର୍ଟ ଜାମିନ ଦେବାବେଳେ ନିଜ ବିବେକର ବ୍ୟବହାର କରିନାହାନ୍ତି। ହାଇକୋର୍ଟ ଏଭଳି ଭୁଲ୍‌ କରିବା କଥା ନୁହେଁ । ଅନ୍ୟ ମାମଲାରେ ବି ହାଇକୋର୍ଟ ଏପରି ରାୟ ଦେଉଛନ୍ତି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ବିଶେଷକରି ହତ୍ୟା ମାମଲାରେ ଗିରଫଦାରିର ଆଧାର ନ ଥିବା ଟିପ୍ପଣୀ ଦେବା ଅସ୍ୱୀକାର୍ଯ୍ୟ ବୋଲି କହିଥିଲେ। 

ପ୍ରକାଶଥାଉ କି, ଗତବର୍ଷ ଜୁନ୍‌ ୯ରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ନିକଟରୁ ଅଭିନେତା ଦର୍ଶନଙ୍କ ଜଣେ ପ୍ରଶଂସକ ରେଣୁକାସ୍ୱାମୀଙ୍କ ମୃତଦେହ ମିଳିଥିଲା। ଦର୍ଶନ ବିବାହିତ ହୋଇ ବି ତାଙ୍କ ସହକଳାକାର ପବିତ୍ରାଙ୍କ ସହ ମିଳାମିଶା କରିବାକୁ ରେଣୁକାସ୍ୱାମୀ ପସନ୍ଦ କରି ନଥିଲେ । ତେଣୁ ରେଣୁକାସ୍ୱାମୀ ପବିତ୍ରାଙ୍କୁ ଆପତ୍ତିଜନକ ମେସେଜ କରିବା ସହ ଧମକ ବି ଦେବାରେ ଲାଗିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଦର୍ଶନ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.