ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦାରିଙ୍ଗବାଡି ବିଡ଼ିଓଙ୍କ ବଦଳି, ନୂତନ ବିଡ଼ିଓଙ୍କ ଯୋଗଦାନ

Published By : Harapriya Sethi | October 26, 2024 8:28 AM

ଦାରିଙ୍ଗବାଡି,୨୬/୧୦: ବିଡ଼ିଓ ଗଦାଧର ପାତ୍ରଙ୍କ ବଦଳି ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ରେ ଯୋଗ ଦେଇଛନ୍ତି ନୂତନ ବିଡ଼ିଓ  ପ୍ରୀତି ରଞ୍ଜନ ରଥ । ପ୍ରୀତି ରଞ୍ଜନ ରଥ ଏହା ପୂର୍ବରୁ ନବରଙ୍ଗପୂର ଜିଲ୍ଲା ଉମରକୋଟ ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରିଥିବା ସହ ଏନଏସିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବରେ ରହିଥିଲେ । 

ଶୁକ୍ରବାର ସନ୍ଧ୍ୟା ସମୟରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କୁ ସାକ୍ଷାତ କରି ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ରାତ୍ର ୧୦ ଟାରେ ପହଞ୍ଚି ଦାୟିତ୍ତ୍ୱ ଗ୍ରହଣ କରିଥିଲେ । ପୂର୍ବ ବିଡ଼ିଓ ଗଦାଧର ପାତ୍ର ଦାରିଙ୍ଗବାଡି ବ୍ଲକରେ ତିନି ବର୍ଷ କାର୍ଯ୍ୟ କରିଥିବା ବେଳେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ସରପଞ୍ଚ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେରେ ଦୁର୍ନୀତି କରିଥିବା ନେଇ ସରପଞ୍ଚ ସଂଘ କନ୍ଧମାଳ ଜିଲ୍ଲାପାଳ, ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ପ୍ରଦାନ କରିଥିଲେ । 

ଏହା ପରେ ଅକ୍ଟୋବର ୧୪ ତାରିଖରେ କନ୍ଧମାଳ ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଆସି ଘଟଣାର ତଦନ୍ତ କରିଥିଲେ । ଯେଉଁ ସରପଞ୍ଚ ମାନଙ୍କୁ ତଦନ୍ତ ପାଇଁ ଡକାଯାଇଥିଲା, ସେ ସମସ୍ତ ସରପଞ୍ଚ ଯୋଗ ଦେଇ ନିଜ ନିଜର ଅଭିଯୋଗ ଅଧିକାରୀଙ୍କ ସାମ୍ନାରେ ଉପସ୍ଥାପନ କରିବା ସହ ଲିଖିତ ଭାବେ ପ୍ରଦାନ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଗଦାଧର ପାତ୍ରଙ୍କୁ କୌଣସି ପଦ ପଦବୀ ଦିଆଯାଇ ନଥିବା ବେଳେ ସେ କେଉଁଠିକି ଯିବେ କିଛି ସ୍ଥିର ହୋଇ ନାହିଁ । ସଂଘର ଦାବି ମୁତାବକ ବିଡ଼ିଓଙ୍କ ବଦଳି ହୋଇଥିବା ବେଳେ ଦୁର୍ନୀତିର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ଦାବି କରିଛି । ଗଦାଧର ପାତ୍ର ଖାଲି କବିତା ଲେଖିବା ଓ କବିତା କାର୍ଯ୍ୟକ୍ରମ କରିବାରେ ବ୍ୟସ୍ତ ରହି ଦାରିଙ୍ଗବାଡି ବ୍ଲକର ବିକାଶ ପ୍ରତି ସଠିକ୍ ଧ୍ୟାନ ଦେଇ ନଥିବା ଯୋଗୁଁ ଅଞ୍ଚଳବାସୀ କ୍ଷୁବ୍ଧ ପ୍ରକାଶ କରିଥିବା ବେଳେ ବଦଳିକୁ ନେଇ ସରପଞ୍ଚ ସଂଘ ସମେତ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.