ନୂଆଦିଲ୍ଲୀ,୦୬/୦୬: ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି । ବଡ଼ ଭେଟି ଦେଇଛି ଆରବିଆଇ । ଏବେ ଶସ୍ତା ହେବ ଗାଡ଼ି, ଘରର ଇଏମଆଇ । ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍ କମାଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୫୦ ବେସିସ୍ ପଏଣ୍ଟ ରେପୋ ରେଟ ହ୍ରାସ କରିଛି ଆରବିଆଇ । ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍ କମି ୫.୫%ରେ ପହଞ୍ଚିଛି । ମୁଦ୍ରାନୀତି ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ ୫୦ ପ୍ରତିଶତ ବେସିସ୍ ପଏଣ୍ଟ ହ୍ରାସ କରିଛି । ଏହା ପରେ ରେପୋ ରେଟ୍ ୬ ପ୍ରତିଶତ କମି ୫.୫୦ ପ୍ରତିଶତ ହୋଇଛି । ସାଧାରଣ ଜନତାଙ୍କୁ ସେଣ୍ଟ୍ରାଲ ବ୍ୟାଙ୍କ ବଡ଼ ଆଶ୍ୱସ୍ତି ଦେଇଛି । ରୋପୋ ରେଟ୍ କମିବା ପରେ ଏବେ ହୋମ୍ ଲୋନ୍ରୁ ନେଇ ଗାଡି ଯାଏ ଇଏମଆଇ ଶସ୍ତା ହେବା ଅନୁମାନ କରାଯାଉଛି । ୨୦, ୩୦ ଏବଂ ୩୦ ଲକ୍ଷ ଯାଏ ହୋମ୍ ଲୋନ୍ରେ ଇଏମଆଇ କମିବ ।
#WATCH | RBI Governor Sanjay Malhotra says, "... The MPC decided to reduce the policy Repo Rate under the liquidity adjustment facility by 50 basis points to 5.5%. This will be with immediate effect. Consequently, the Standing Deposit Facility (STF) Rate shall stand adjusted to… pic.twitter.com/siUUlBmcrG
— ANI (@ANI) June 6, 2025
ଅଭିବୃଦ୍ଧି ବଢିବ, ମହଙ୍ଗା କମିବ- ବର୍ଷ ଆରମ୍ଭରୁ ରେପୋ ରେଟ୍ ଲଗାତାର ହ୍ରାସ ହେବା ଜାରି ରହିଛି । ଏହାପୂର୍ବରୁ ଫେବୃଆରୀ ଏବଂ ଏପ୍ରିଲରେ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟ୍ ୦.୨୫-୦.୨୫ ପ୍ରତିଶତ ହ୍ରାସ ହୋଇଥିଲା । ଏହା ୬.୫୦ ପ୍ରତିଶତରୁ ୬ ପ୍ରତିଶତ ହୋଇଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏମପିସି ନିଷ୍ପତ୍ତି ବାବଦରେ ସୂଚନା ଦେଇ କହିଛନ୍ତି, ଦେଶରେ ଦରଦାମ ବୃଦ୍ଧି ସ୍ତର ଲଗାତାର ୪ ପ୍ରତିଶତ ତଳକୁ ଖସିଛି । ଦେଶରେ ଜିଡିପି ଅଭିବୃଦ୍ଧି ଉନ୍ନତ ସ୍ଥିତିରେ ରହିଛି । ଦେଶର ରାଜନୈତିକ ସ୍ଥିରତା ଜାରି ରହିଛି । ତେଣୁ ଏମପିଏସ ପାଖରେ ମୁଦ୍ରିକ ନୀତିରେ ସୁଧାର ଆଣିବାର ପର୍ଯ୍ୟାପ୍ତ ପରିମାଣର ସ୍କୋପ ରହିଥିଲା । ଏହାକୁ ଦେଖି ରେପୋ ରେଟ୍ କମାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।