PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୬ଦିନ ପୂର୍ବରୁ ଗୁଇନ୍ଦା ବିଭାଗ ଦେଇଥିଲା ଆକ୍ରମଣ ସୂଚନା, ଆକାଶମାର୍ଗରେ ଯିବାକୁ ଗୃହବିଭାଗ ଦେଲାନି ଅନୁମତି

source:https://hindi.timesnownews.com

ଶ୍ରୀନଗର,୧୭।୨(ଏଜେନ୍ସି): ପୁଲଓ୍ବାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଏଡାଇ ଦିଆଯାଇ ହୋଇଥାନ୍ତା ଯଦି ଗୃହ ବିଭାଗ ସେମାନଙ୍କୁ ଆକାଶମାର୍ଗରେ ଯିବାର ଅନୁମତି ପ୍ରଦାନ କରିଥାନ୍ତା ତେବେ ଦେଶ ୪୦ ଜଣ ଯବାନଙ୍କୁ ହରାଇନଥାନ୍ତା । ଏନେଇ ସେନାର ଜଣେ ଯବାନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆକ୍ରମଣର ଏକ ସପ୍ତାହ ପୂର୍ବରୁ ଗୃହମନ୍ତ୍ରଣାଳୟ ନିକଟରେ ଦାବି କରାଯାଇଥିଲା ଯବାନଙ୍କୁ ଆକାଶମାର୍ଗରେ ନିଆଯାଉ। କିନ୍ତୁ ମନ୍ତ୍ରଣାଳୟ ଏହାକୁ ଧ୍ୟାନ ଦେଇନଥିଲା। କେବଳ ସେତିକି ନୁହେଁ ରିପୋର୍ଟ ଅନୁସାରେ ୮ ତାରିଖରେ ଗୁଇନ୍ଦା ବିଭାଗ ମଧ୍ୟ  ସିଆରପିଏଫ୍ ଅଧିକାରୀଙ୍କୁ ଏକ ଚିଠି ଲେଖି ଆତଙ୍କବାଦୀ  ଆକ୍ରମଣ ହୋଇପାରେ ବୋଲି ସତର୍କ କରାଇ ଦେଇଥିଲା। କିନ୍ତୁ ଗୁଇନ୍ଦା ଏଜେନ୍ସି ଆଇଇଡି ବିସ୍ଫୋରଣ ହେବ ବୋଲି କୌଣସି ସୂଚନା ଦେଇନଥିଲା।

source: https://www.indiatoday.in

ଶ୍ରୀନଗରରେ ଥିବା ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସିଆରପିଏଫ୍ ହେଡକ୍ବାଟରକୁ ଲିଖିତ ଭାବରେ ଜଣାଇଥିଲେ।ଯାହାପରେ ସିଆରପିଏଫ୍ ଏହି ଦାବିକୁ ଗୃହ ମନ୍ତ୍ରଣାଳୟ ନିକଟକୁ ପଠାଇଥିଲା। ସିଆରପିଏଫ୍ ଅଧିକାରୀ ଜଣକ ଲେଖିଥିଲେ , ବରଫପାତ ହେବା ଯୋଗୁଁ ବହୁ ଯବାନ ପୂର୍ବେ ଜମ୍ମୁରେ ଫଶିଯାଇଥିଲେ। ଗତ ୪ରେ ସିଆରପିଏଫର ଏହି ଦଳ ସେଠାରୁ ବାହାରିଥିଲା। ତେଣୁ ଯବାନଙ୍କୁ ଆକାଶ ମାର୍ଗରେ ଅଣାଯାଉl ବୋଲି ଚିଠି ଲେଖିଥିଲେ। ସିଆରପିଏଫର ଅବସରପ୍ରାପ୍ତ ଜଣେ ଅଧିକାରୀଙ୍କ କହିବା ଅନୁସାରେ ଏଭଳି ଆତଙ୍କବାଦୀ ଆକ୍ରମଣ ସୁରକ୍ଷା ବ୍ୟବସ୍ଥାର ବିଫଳତାକୁ ଦର୍ଶାଉଛି। ଲାଗୁଛି ବରିଷ୍ଠ ଅଧିକାରୀ ଗୁଇନ୍ଦା ସୂଚନାକୁ ଧ୍ୟାନ ଦେଇନାହାନ୍ତି।

ସମ୍ବନ୍ଧିତ ଖବର