ବନ୍ଦର ନଗରୀରେ ସାଧାରଣତନ୍ତ୍ର ଦିବସ ପାଳିତ, ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କଲେ ବନ୍ଦର ଅଧ୍ୟକ୍ଷ

ପାରାଦୀପ ୨୬/୦୧ : ବନ୍ଦର ନଗରୀ ପାରାଦୀପରେ ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ। ବନ୍ଦରର ଗୋପବନ୍ଧୁ ଷ୍ଟାଡିୟମରେ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ବିଭିନ୍ନ ସ୍କୁଲ, କଲେଜ, ସିଆଇଏସଏଫ, କୋଷ୍ଟଗାର୍ଡ ଭଳି ୩୦ ରୁ ଅଧିକ ସଂସ୍ଥା ପ୍ୟାରେଡରେ ଭାଗ ନେଇଥିଲେ। ବନ୍ଦର ଅଧ୍ୟକ୍ଷ ଅଭିବାଦନ ଗ୍ରହଣ କରିବା ପରେ ଉପସ୍ଥିତ ଦର୍ଶକଙ୍କ ଉଦେଶ୍ୟରେ ଭାଷଣ ଦେଇଥିଲେ।

ବନ୍ଦର ନାଗରୀରେ ଥିବା ସ୍କୁଲ କଲେଜ ସମେତ ପାରାଦୀପ ପୋର୍ଟ ବଣିକ ସଙ୍ଘ, ପାରାଦୀପ ସରକାରୀ ଡାକ୍ତରଖାନା, ଶ୍ରମିକ ସଙ୍ଘ, ଶ୍ରମ ବିଭାଗ, ଥାନା, ବନ୍ଦର ଚିକିତ୍ସାଳୟ, ବଡ ବଡ ହୋଟେଲ ଗୁଡିକରେ ପତାକା ଉତ୍ତୋଳନ କରାଯାଇଛି। ବିଭିନ୍ନ ଜାଗାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଏଏମଏନସ, ଆଇଓସିଏଲ, ପିପିଏଲ, ଇଫକୋ ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥା ଗୁଡିକରେ ସଂସ୍ଥାର ମୁଖ୍ୟ ମାନଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ ହୋଇଥିବା ଜଣା ପଡିଛି ।