PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଆସନ୍ତା ସପ୍ତାହରେ ଆରବିଆଇ ପୁଣିଥରେ ବଢାଇବ ସୁଦ୍ଧ ହାର ! ମହଙ୍ଗା ହୋଇଯିବ ଲୋନ୍ ଓ ବଢିଯିବ ଇଏମ୍‌ଆଇ

ନୂଆଦିଲ୍ଲୀ,୨୩।୯: ସାରା ଦେଶରେ ବଢୁଥିବା ଦରଦାମ ବୃଦ୍ଧି ଭିତରେ ରିଜର୍ଭ ବ୍ୟାଙ୍କ ସାଧାରଣ ଜନତାଙ୍କୁ ଏକ ବଡ ଝଟକା ଦେଇପାରେ। ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ଆରମ୍ଭ ହେବାକୁ ଯାଉଛି। ଏହାର ନିଷ୍ପତ୍ତି ୩୦ ସେପ୍ଟେମ୍ବରରେ ଆସିବ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଥର ମଧ୍ୟ ଆରବିଆଇ ରେପୋ ରେଟ୍‌ ହାରରେ ଲଗାତାର ଚତୁର୍ଥ ଥର ବୃଦ୍ଧି ହୋଇପାରେ।

ସୁଦ୍ଧହାରରେ ବୃଦ୍ଧି ହେବାପରେ ଆପଣଙ୍କ ଇଏମ୍‌ଆଇରେ ମଧ୍ୟ ବୃଦ୍ଧି ହୋଇଯିବ। ନ୍ୟୁଜ ଏଜେନ୍ସିର ସୂଚନା ଅନୁସାରେ, ରିଜର୍ଭ ବ୍ୟାଙ୍କ ଦରଦାମ୍ ବୃଦ୍ଧି ଉପରେ କନଟ୍ରୋଲ କରିବା ପାଇଁ ସୁଦ୍ଧ ହାରରେ ବୃଦ୍ଧି କରିପାରେ। ଇକୋନୋମିଷ୍ଟଙ୍କ କହିବା ଅନୁସାରେ, ଏଥର ସରକାର ୩୫ ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିପାରେ। lସେଭଳି କିଛି ଲୋକଙ୍କ କହିବା ଅନୁସାରେ, ୫୦ ବେସିସ୍‌ ପଏଣ୍ଟର ମଧ୍ୟ ବୃଦ୍ଧି ହୋଇପାରେ।

ଉଲ୍ଲେଖନୀୟ ଯେ, ରିଜର୍ଭ ବ୍ୟାଙ୍କର ମୁଦ୍ରା ସମୀକ୍ଷା ନୀତିର ବୈଠକ ୨୮ ସେପ୍ଟେମ୍ବରରୁ ଆରମ୍ଭ ହେବ ଓ ୩୦ ସେପ୍ଟେମ୍ବରରେ ଏହାର ନିଷ୍ପତ୍ତିକୁ ଘୋଷଣା କରାଯିବ। ଏହାପରେ ଜନସାଧାରଣକୁ ବଡ ଝଟକା ଲାଗିପାରେ। ଏହାପରେ ଦରଦାମ୍ ବୃଦ୍ଧି କମ୍ ହେବାର ସ୍ଥାନରେ ଆହୁରି ବୃଦ୍ଧି ହେଉଛି। କୁହାଯାଉଛି ଯେ, ଯଦି ଏଥର ରିଜର୍ଭ ବ୍ୟାଙ୍କର ସୁଦ୍ଧ ହାରରେ ବୃଦ୍ଧି ହେଲେ ଏହାର ସିଧା ପ୍ରଭାବ ଦେଶର ବିକାଶ ଉପରେ ଦେଖିବାକୁ ମିଳିବ।

ଆମେରିକାରେ ଫ୍ରେଡ୍‌ ରିଜର୍ଭ ନିକଟରେ ସୁଦ୍ଧ ହାର ବୃଦ୍ଧି କରିବାର ଘୋଷଣା କରିଛନ୍ତି। ଏହାପରେ ଆମେରିକାରେ ୭୫ ବେସିସ୍‌ ପଏଣ୍ଟ ବୃଦ୍ଧି ହୋଇଛି। ଏହି ନିଷ୍ପତ୍ତିର ପ୍ରଭାବ ଭାରତୀୟ କରେନ୍ସି ଉପରେ ପଡିଛି। ଭାରତୀୟ କରେନ୍ସି ୮୧ର ଲେବଲକୁ ପାର କରିଯାଇଛି। ଏହାଛଡା ଦେଶରେ ଖାଦ୍ୟପେୟ ଜିନିଷର ମୂଲ୍ୟରେ ମଧ୍ୟ ଦୃତ ଗତିରେ ବୃଦ୍ଧି ଦେଖିବାକୁ ମିଳୁଛି।