PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ଆଇଏଏସ୍‌ ସ୍ତରରେ ଅଦଳବଦଳ

source:newswing.com

ଭୁବନେଶ୍ୱର,୨ ।୩(ବ୍ୟୁରୋ): ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ୭ ବରିଷ୍ଠ ଅଧିକାରୀଙ୍କ ବିଭାଗ ଅଦଳ ବଦଳ କରାଯାଇଛି । ପ୍ରଥମ ଥର ପାଇଁ ଜଣେ ଆଇଏଏସ୍‌ ଅଫିସରଙ୍କୁ ପୂର୍ତ୍ତ ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି । ନଳିନୀକାନ୍ତ ପ୍ରଧାନଙ୍କ ଇସ୍ତଫା ପରେ ଆଇଏଏସ୍‌ ଡା.କ୍ରିଷନ କୁମାରଙ୍କୁ ପୂର୍ତ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ତେବେ ତାଙ୍କ ଠାରୁ କୃଷି ଓ ମତ୍ସ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ କାଢି ନିଆଯାଇଛି । ସେ ପୂର୍ବଭଳି ସମବାୟ ବିଭାଗ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ । ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର ସଚିବ ପଦରୁ କମର୍ସିଆଲ୍‌ ଟ୍ୟାକ୍ସ ଆଣ୍ଡ ଜିଏସଟି ବିଭାଗର କମିଶନର ଭାବେ ବଦଳି କରାଯାଇଛି । ତେବେ ସେ ପୂର୍ବଭଳି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏବଂ ଓଏସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ବି ତୁଲାଇବେ । ଅପରପକ୍ଷରେ ପୂର୍ବରୁ କମର୍ସିଆଲ୍‌ ଟ୍ୟାକ୍ସ ଆଣ୍ଡ୍‌ ଜିଏସ୍‌ଟି କମିଶନର ଥିବା ଶାଶ୍ୱତ ମିଶ୍ରଙ୍କୁ ମିଳିଛି ଉଚ୍ଚଶିକ୍ଷା ବିଭାଗର ସଚିବ ଦାୟିତ୍ୱ ।
ମତ୍ସ୍ୟ ସମ୍ପଦ ବିଭାଗର ନିର୍ଦ୍ଦେଶକ ଥିବା ପ୍ରଶାନ୍ତ କୁମାର ସେନାପତିଙ୍କୁ ରାଜସ୍ୱ ପର୍ଷଦ ସଚିବ ଭାବେ ବଦଳି କରାଯାଇଛି । ପୂର୍ବରୁ ଗତ ୨୮ ତାରିଖରେ ରତ୍ନାକର ରାଉତଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଯାହାକୁ ଆଜି ବାତିଲ କରାଯାଇଛି । ତେବେ ଶ୍ରୀ ରାଉତଙ୍କୁ ପଶୁ ସମ୍ପଦ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ସହ ମତ୍ସ୍ୟ ସମ୍ପଦ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ ପଦବୀରେ ପୁଣି ଅଦଳ ବଦଳ କରାଯାଇଛି । ଗତକାଲି ପ୍ରେମ କୁମାର ଝାଙ୍କୁ ବିଡିଏ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । ଆଜି ଏହି ନିର୍ଦ୍ଦେଶନାମାକୁ ବାତିଲ କରି ବଲବନ୍ତ ସିଂହଙ୍କୁ ବିଡିଏ ଉପାଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ଲିଗାଲ ମେଟ୍ରୋଲୋଜି ବିଭାଗର କଣ୍ଟ୍ରୋଲର ତଥା ଉପଭୋକ୍ତା ବ୍ୟାପାର ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର