PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

କମିଶନରେଟ ପୁଲିସରେ ପୁଣି ବଦଳ: ବିଦା ହେଲେ ପୁରୁଣା

source:play.google.com

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ନିର୍ବାଚନ କମିଶନରଙ୍କ ଗାଇଡ୍‌ ଲାଇନ୍‌ ମୁତାବକ କମିଶନରେଟ୍‌ ପୁଲିସ୍‌ରେ କିଛି ଦିନ ତଳେ ଏକ ଅଦଳବଦଳ ହୋଇଥିଲା । ୩ ବର୍ଷରୁ ଅଧିକ ଦିନ ରହିଥିବା ଅଫିସ୍‌ରଙ୍କୁ ସହରରୁ ବଦଳି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅତିରିକ୍ତ ଡିସିପି, ଏସିପି ଓ ଇନ୍ସପେକ୍ଟରସ୍ତରରେ ଅଦଳବଦଳ କରାଯାଇଛି । ୧୫ଜଣ ଇନ୍ସପେକ୍ଟର ଓ ୫ଜଣ ଏସିପିଙ୍କୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଥାନା ଓ ଅଫିସରେ ଅବସ୍ଥାପିତ କରାଯାଇଛି । କମିଶନରେଟ ପୁଲିସ ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
କମିଶନରେଟ ମୁଖ୍ୟାଳୟରେ ଥିବା ଏସିପି ଯତୀନ୍ଦ୍ର ପଣ୍ଡାଙ୍କୁ କଟକ ଟ୍ରାଫିକ ଏସିପି, ନାରାୟଣ ଚନ୍ଦ୍ର ବାରିକଙ୍କୁ କଟକ କମିଶନରେଟ ଜୋନ-୩ ଏସିପି, କିଶୋର ଚନ୍ଦ୍ର ଦାସଙ୍କୁ ଭୁବନେଶ୍ୱର କମିଶନରେଟ ମୁଖ୍ୟାଳୟର ଜୁଡିସିଆଲ ସେକ୍ସନ ଏସିପି, ସ୍ପେଶାଲ ସ୍କ୍ୱାଡ୍‌ ଏସିପି ସଞ୍ଜୀବ ଶତପଥୀଙ୍କୁ କଟକ କମିଶନରେଟର ଆଇୟୁସିଏଡବ୍ଲ୍ୟୁ, ସତ୍ୟରଞ୍ଜନ ମଲ୍ଲିକଙ୍କୁ କଟକ କମିଶନରେଟ ଡିଆଇବି ଏସିପି ଭାବେ ବଦଳି କରାଯାଇଛି । କମିଶନରେଟ ମୁଖ୍ୟାଳୟରେ ଥିବା ଅତିରିକ୍ତ ଡିସିପି ଲକ୍ଷ୍ମୀଧର ମହାପାତ୍ରଙ୍କୁ କଟକ ଆଇୟୁସିଏଡବ୍ଲ୍ୟ, ତପସ୍ୱିନୀ ଆରୁଖଙ୍କୁ ଭୁବନେଶ୍ୱର ଅତିରିକ୍ତ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି । ଅଶ୍ୱିନୀ କୁମାର ମିଶ୍ରଙ୍କୁ ଭୁବନେଶ୍ୱର ଅତିରିକ୍ତ ଡିସିପି, ଗଦାଧର ପ୍ରଧାନୀଙ୍କୁ ଭୁବନେଶ୍ୱର ଅତିରିକ୍ତ ଡିସିପି, ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ଭୁବନେଶ୍ୱର ଅତିରିକ୍ତ ଡିସିପି ଓ ପ୍ରମୋଦ କୁମାର ସାମନ୍ତରାୟଙ୍କୁ ଭୁବନେଶ୍ୱର କମିଶନରେଟ ମୁଖ୍ୟାଳୟକୁ ବଦଳି କରାଯାଇଛି ।
ସେହିଭଳି ଇନ୍ସପେକ୍ଟର ବିଶ୍ୱରଂଜନ ସେନାପତିଙ୍କୁ ଖାରବେଳନଗର ଥାନାକୁ ବଦଳି କରାଯାଇଛି । ପୂର୍ବରୁ ତାଙ୍କୁ ସହିଦନଗର ଥାନା ଅଧିକାରୀ ଭାବେ ବଦଳି କରା ଯାଇଥିଲା । ସେହିପରି କ୍ୟାପିଟାଲ ଥାନାର ଅତିରିକ୍ତ ଇନ୍ସପେକ୍ଟର ସନ୍ଧ୍ୟାରାଣୀ ସିଂହଙ୍କୁ ବାଦାମବାଡି ଥାନାର ଅତିରିକ୍ତ ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି । ଚାଉଳିଆଗଞ୍ଜ ଥାନା ଅଧିକାରୀ ଅଜୟ ଦାସଙ୍କୁ ଭୁବନେଶ୍ୱର ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି । ଜଗତପୁର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କୁ ସହିଦନଗର ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ସେହିପରି କମିଶନରେଟ ମୁଖ୍ୟାଳୟରେ ଥିବା ଆଶୁତୋଷ ମିଶ୍ରଙ୍କୁ ଲାଲବାଗ ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।
ପୁଲିସ ମୁଖ୍ୟାଳୟରେ ଥିବା ଅମିତାଭ ମହାପାତ୍ରଙ୍କୁ ମଙ୍ଗଳାବାଗ ଥାନା ଅଧିକାରୀ ଭାବେ ଓ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ ମିଶ୍ରଙ୍କୁ ଚାଉଳିଆଗଞ୍ଜ ଥାନାକୁ ବଦଳି କରାଯାଇଛି । କମିଶନରେଟ ମୁଖ୍ୟାଳୟରେ ଥିବା ସତ୍ୟଜିତ ଦାସଙ୍କୁ କନ୍ଦରପୁର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । କଟକ ମହିଳା ଥାନା ଅଧିକାରୀ ଅନୁସୂୟା ନାୟକଙ୍କୁ ଭୁବନେଶ୍ୱର ମହିଳା ଥାନାକୁ ବଦଳି କରାଯାଇଛି । ଭୁବନେଶ୍ୱର ମହିଳା ଥାନାର ଅତିରିକ୍ତ ଇନ୍ସପେକ୍ଟର ଅନୀତା ସାହୁଙ୍କୁ ମଙ୍ଗଳାବାଗ ଥାନାର ଅତିରିକ୍ତ ଇନ୍ସପେକ୍ଟର, ବାଲିପାଟଣା ଥାନା ଅଧିକାରୀ ଆକାଶ ରଣାଙ୍କୁ ଫୁଲନଖରା ଟ୍ରାଫିକ ଥାନା, ଭୁବନେଶ୍ୱର ଟ୍ରାଫିକ ଥାନା ଅଧିକାରୀ ସୁରେନ୍ଦ୍ର ବଳଙ୍କୁ କଟକ ଟ୍ରାଫିକ ଥାନା, ବାଦାମବାଡି ଥାନା ଅତିରିକ୍ତ ଇନ୍ସପେକ୍ଟର ରୀନା ଦାସଙ୍କୁ କଟକ ମହିଳା ଥାନା ଓ ଶରତ ଚନ୍ଦ୍ର ପାତ୍ରଙ୍କୁ ଲିଙ୍ଗରାଜ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ତେବେ ଇନ୍ସପେକ୍ଟର ଅର୍ପିତା ଖଟୁଆଙ୍କ ବଦଳିକୁ ବାତିଲ କରାଯାଇଛି ।