PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କର୍ଣ୍ଣାଟକ ନାଟକ:୩ ବିଧାୟକ ଅଯୋଗ୍ୟ ଘୋଷିତ

ବେଙ୍ଗାଲୁରୁ,୨୫ ।୭(ଏଜେନ୍ସି): କର୍ଣ୍ଣାଟକ ବିଧାନସଭା ବାଚସ୍ପତି କେ.ଆର ରମେଶ କୁମାର ଆଜି ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ସେମାନେ ହେଲେ ସ୍ୱାଧୀନ ବିଧାୟକ ଆର. ଶଙ୍କର ଏବଂ ବିଦ୍ରୋହୀ କଂଗ୍ରେସ ବିଧାୟକ ଏଲ୍‌. ଜରକିହୋଲି ଓ ମହେଶ କୁମାଥାଲି । ଗତ ୮ ତାରିଖରେ ଏଚ୍‌.ଡି କୁମାରସ୍ୱାମୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ରାଣେବେନୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ଶଙ୍କର । ସେ ପୌର ପ୍ରଶାସନ ମନ୍ତ୍ରୀ ଥିଲେ । ସେହିଦିନ ସେ ରାଜ୍ୟପାଳ ବଜୁଭାଇ ରୁଦାଭାଇ ବାଲାଙ୍କୁ ଭେଟି ବିଜେପିକୁ ସମର୍ଥନ ଦେବା ବିଷୟ ଜଣାଇଥିଲେ । ଏହା ପରେ ସେ ବିମାନରେ ମୁମ୍ବାଇ ଚାଲିଯାଇଥିଲେ ଏବଂ ସେଠାରେ ରହିବାକୁ ଲାଗିଲେ । ତାଙ୍କ ପରେ ଅନ୍ୟତମ ସ୍ୱାଧୀନ ବିଧାୟକ ଏଚ୍‌.ନାଗେଶ ମଧ୍ୟ ଇସ୍ତଫା ଦେଇଥିଲେ ।

ଅନ୍ୟପକ୍ଷରେ ଜରକିହୋଲି ଓ କୁମାଥାଲି କଂଗ୍ରେସ ସହ ବିଦ୍ରୋହ କରି ଇସ୍ତଫା ଦେଇଥିଲେ । ତେଣୁ ଉଭୟଙ୍କୁ ଦଳ ବଦଳ ନିରୋଧ ଆଇନ ଅନୁସାରେ ଅଯୋଗ୍ୟ ଘୋଷଣା କରାଯାଇଥିବା ବାଚସ୍ପତି କହିଛନ୍ତି । ଏଥିସହିତ ଅନ୍ୟ ବିଧାୟକଙ୍କ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜରକିହୋଲି ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ବୋଲି ସ୍ୱପ୍ନ ଦେଖିଥିଲେ । ତେଣୁ ସେ କୁମାରସ୍ୱାମୀଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ମାତ୍ର ସେ ଅଯୋଗ୍ୟ ଘୋଷିତ ହୋଇଥିବାରୁ ତାଙ୍କ ସ୍ୱପ୍ନ ଅଧୁରା ରହିଗଲା । ସେହିଭଳି କଂଗ୍ରେସ ସହ ମତଭେଦ ଯୋଗୁ ଅଥାନି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା କୁମାଥାଲି ଇସ୍ତଫା ପ୍ରଦାନ କରିଥିଲେ । ଏଭଳି ଜଣକ ପରେ ଜରେ ୧୩ କଂଗ୍ରେସ ଓ ୩ ଜେଡିଏସ୍‌ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଭାଙ୍ଗି ଯାଇଥିଲା ।

କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିବା ପରେ ମଧ୍ୟ ରାଜନୈତିକ ସଙ୍କଟ ଅପରିବର୍ତ୍ତିତ ରହିଛି । ବର୍ତ୍ତମାନ ସେଠାରେ ରାଜନୈତିକ ପରିସ୍ଥିତି ଯାହା ସରକାର ଗଢ଼ିବାକୁ ବିଜେପି ଆଗ୍ରହ ପ୍ରକାଶ କରୁନାହିଁ । କଂଗ୍ରେସ ଓ ଜେଡିଏସ୍‌ର ବିଦ୍ରୋହୀ ବିଧାୟକଙ୍କ ଭାଗ୍ୟ କ’ଣ ହେବ ତାହା ବିଧାନସଭା ବାଚସ୍ପତି କେ.ଆର ରମେଶ କୁମାରଙ୍କ ଉପରେ ନିର୍ଭର କରୁଛି । ତେଣୁ ବାଚସ୍ପତି ନିଷ୍ପତ୍ତି ନଶୁଣାଇବା ପର୍ଯ୍ୟନ୍ତ ବିଜେପିକୁ ଅପେକ୍ଷା କରିବାକୁ ପଡିବ । ଆଜି ଏଭଳି ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ଜି. ମଧୁସୂଦନ । ତେଣୁ ବର୍ତ୍ତମାନ ପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବାର ଯଥେଷ୍ଟ ସମ୍ଭାବନା ଅଛି ।

ମଧୁସୂଦନଙ୍କ କହିବାନୁଯାୟୀ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାପତ୍ର ଏବେ ବାଚସ୍ପତିଙ୍କ ପାଖରେ ଅଟକି ରହିଛି । ବାଚସ୍ପତି ସମସ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିବେ କି ନାହିଁ ତାହା ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତାହା ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ବିଜେପି ସରକାର ଗଠନ ଲାଗି ଦାବି କରିବ ନାହିଁ । ତେଣୁ ରାଜ୍ୟପାଳ ବାଲା କେନ୍ଦ୍ରକୁ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିସ କରିପାରନ୍ତି । ଚଳିତମାସ ପ୍ରାରମ୍ଭରେ କଂଗ୍ରେସର ୧୩ ଓ ଜେଡିଏସ୍‌ର ୩ ଜଣ ବିଧାୟକ ଇସ୍ତଫା ଦେଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ବିଧାୟକ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଛନ୍ତି ।

ଅନ୍ୟ ୧୫ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ବେଳେ ୧୨ ଜଣଙ୍କ ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି ବାଚସ୍ପତି କୁମାର । ଅନ୍ୟପକ୍ଷରେ ଇସ୍ତଫାପତ୍ର ଗ୍ରହଣ କରିବା ଲାଗି ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେବା ଲାଗି ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବେଳେ ସର୍ବୋଚ୍ଚ ଅଦାଲତ ସେମାନଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି । ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା କିମ୍ବା ସେମାନଙ୍କ ଇସ୍ତଫା ଗ୍ରହଣ କରିବା କ୍ଷମତା ବାଚସ୍ପତିଙ୍କର ରହିଛି ବୋଲି ସୁପ୍ରିମକୋର୍ଟ କହିଥିଲେ ।