ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

କମିଲା ଖାଦ୍ୟ ସାମଗ୍ରୀ ଦର, ୬ ବର୍ଷର ସର୍ବନିମ୍ନ ସ୍ତରରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି

Published By : Prameya | April 16, 2025 2:20 PM

ନୂଆଦିଲ୍ଲୀ,୧୬/୦୪ : ସାରା ଦେଶରେ ଖାଦ୍ୟ ସାମଗ୍ରୀ ଦର କମିବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି । ମାର୍ଚ୍ଚରେ ଖାଉଟି ମୂଲ୍ୟ ସୂଚୀ ୩.୩୪% ସ୍ତରରେ ରହିଛି । ୨୦୨୯ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୩.୨୮% ସ୍ତରରେ ଥିଲା । ଓଡ଼ିଶା କଥା ବିଚାରକୁ ନେଲେ ମାର୍ଚ୍ଚରେ ଏହା ୩.୨୧% ରହିଛି । ରାଜ୍ୟର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମୁଦ୍ରାସ୍ଫୀତି ଯଥାକ୍ରମେ ୩.୪୪% ଏବଂ ୨.୬୫% ରହିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । 

ଫେବ୍ରୁଆରୀ ମାସରେ ସାରା ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୩.୬୧% ସ୍ତରରେ ଥିଲା । ମୁଦ୍ରାସ୍ଫୀତି ବାସ୍କେଟରେ ଖାଦ୍ୟ ସାମଗ୍ରୀର ଅଂଶ ୫୦% ରହିଥାଏ । ଏ କ୍ଷେତ୍ରରେ ମୁଦ୍ରାସ୍ଫୀତି ମାସିକ ଭିତ୍ତିରେ ୩.୭୫%ରୁ ୨.୬୭%କୁ ଖସିଛି । ସାରା ଦେଶରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୩.୭୯%ରୁ ୩.୨୫%କୁ ହ୍ରାସ ହୋଇଛି । ସହରାଞ୍ଚଳ ମୁଦ୍ରାସ୍ଫୀତି ୩.୩୨%ରୁ ୩.୪୩% ହୋଇଛି । ସାରା ଦେଶରେ ମୁଦ୍ରାସ୍ଫୀତି ଥିବା ୫ ସାମଗ୍ରୀ ମଧ୍ୟରେ ନଡ଼ିଆ ତେଲ ୫୬.୮୧%, ନଡ଼ିଆ ୪୨.୦୫%, ସୁନା ୩୪.୦୯%, ରୁପା ୩୧.୫୭% ଏବଂ ୨୫.୫୫% ରହିଛି । 

ସେହିଭଳି ସବୁଠାରୁ କମ୍‌ ମୁଦ୍ରାସ୍ଫୀତି ଥିବା ସାମଗ୍ରୀ ମଧ୍ୟରେ ଟମାଟୋ, ଫୁଲକୋବି, ଜିରା ଏବଂ ଅଦା ରହିଛି । ଅନ୍ୟ ପଟେ ଶସ୍ୟରେ ମୁଦ୍ରାସ୍ଫୀତି ୫.୯୩%କୁ ଖସିଛି । ମାଛ ଓ ମାଂସ କ୍ଷେତ୍ରରେ ଏହା ୦.୨୨%, ଦୁଗ୍ଧରେ ୨.୬୫%, ତେଲ ୧୭.୦୭%, ଫଳ ୧୬.୨୭%, ମୃଦୁ ପାନୀୟ ୪.୦୧%, ତମାଖୁ ୨.୪୮%, ପୋଷାକ ଏବଂ ଫୁଟୱେର କ୍ଷେତ୍ରରେ ୨.୬୨% ରହିଛି । ସେହିଭଳି ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୪ ମାସର ନିମ୍ନ ସ୍ତର ୨.୦୫%କୁ ଖସିଛି । ଏହା ପୂର୍ବରୁ ନଭେମ୍ବରରେ ଏହି ବର୍ଗରେ ମୁଦ୍ରାସ୍ଫୀତି ୧.୮୯% ଥିଲା । ସେହିଭଳି ଫେବ୍ରୁଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୮% ସ୍ତରରେ ଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଏହି ଖବରଟିକୁ ପଢନ୍ତୁ- ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା, ରୂପା କିଲୋଗ୍ରାମ ପ୍ରତି ରହିଛି ଏତିକି ଟଙ୍କା…

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.