ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଚାଞ୍ଚଲ୍ୟ; ସଇତାନ ପାଲଟିଲା ସ୍ବାମୀ, ସ୍ତ୍ରୀକୁ ମାରି ପ୍ରେସରକୁକରରେ ସିଝେଇଲା

Published By : Ankita S | January 23, 2025 11:28 AM

ହାଇଦ୍ରାବାଦ,୨୩/୧: ଜୀବନସାଥୀ କରିଥିଲେ । ସାତଜନ୍ମ ସାଥିରେ ରହିବାକୁ କଥା ଦେଇଥିଲେ । ହେଲେ ସାତ ଜନ୍ମ ତ ଦୂରରେ ଥାଉ ଗୋଟିଏ ଜନ୍ମ ବି ପ୍ରତିଶ୍ରୁତି ପୂରଣ କଲେ ନାହିଁ । ଦିଲ୍ଲୀର ଶ୍ରଦ୍ଧା ୱାକରଙ୍କ ହତ୍ୟା ଘଟଣା ଏବେ ବି ମନରେ ତାଜା ଅଛି । ଠିକ୍ ସେହିପରି ଆଉ ଏକ ସୈତାନ ସ୍ବାମୀର ଜଘନ୍ୟ କାଣ୍ଡ ସାରା ଦେଶରେ ଚହଳ ପକାଇଛି । ସ୍ତ୍ରୀକୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କରି କାଟି ପ୍ରେସର କୁକରରେ ସିଝାଇଛି ଜଣେ ସ୍ବାମୀ । ଆପଣ ଭାବୁଥିବେ ଏପରି ଜଘନ୍ୟ କାଣ୍ଡ ଜଣେ ମାନସିକ ରୋଗୀ ଘଟାଇଥାଇ ପାରନ୍ତି । ମାତ୍ର ଜାଣି ଆଶ୍ଟର୍ଯ୍ୟ ହେବେ ହାଇଦ୍ରାବାଦରେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଏପରି ବିଭତ୍ସ ଭୟଙ୍କର ଛାତିଥରା କାଣ୍ଡ ଘଟାଇଛନ୍ତି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଅନୁସାରେ, ହାଇଦ୍ରାବାଦର ମୀରପେଟ ଥାନା ଅଞ୍ଚଳରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ୧୩ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଗୁରୁମୂର୍ତ୍ତୀ ଭେଙ୍କଟ ମାଧବୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇ ସନ୍ତାନ ରହିଛନ୍ତି । ପୂର୍ବରୁ ଗୁରୁମୂର୍ତ୍ତୀ ସେନାରେ ଚାକିରି କରୁଥିଲେ। ସେଠାରୁ ଅବସର ନେବା ପରେ ଡିଆରଡିଓରେ ଆଉଟସୋର୍ସ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ପରିବାର ସହ ମୀରପେଟର ନ୍ୟୁ-ଭେଙ୍କଟେଶ୍ବର କଲୋନୀରେ ରହୁଥିଲେ । ହଠାତ୍ ଗତ ଜାନୁଆରୀ ୧୮ ତାରିଖରୁ ମାଧବୀ କେଉଁ ଆଡେ ଚାଲି ଯାଇଥିଲେ । ଏ ନେଇ ମାଧବୀଙ୍କ ପରିବାରକୁ ଜଣାଇଥିଲେ ଗୁରୁମୂର୍ତ୍ତୀ । ଏହା ସହିତ ମୀରପେଟ ଥାନାରେ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଗୁରୁମୂର୍ତ୍ତୀଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ସେ ମାଧବୀଙ୍କୁ ଶେଷ ଥର କେବେ ଦେଖିଥିଲେ। ନିଖୋଜ ନେଇ କିଏ ଖବର ଦେଲା ଏହିପରି ଗୁଡେଇ ତୁଡେଇ ଅନେକ ପ୍ରଶ୍ନ ପଚାରିଥିଲା ପୋଲିସ । ସତ ଓଗାଳି ଦେଇଥିଲେ ସ୍ବାମୀ ଗୁରୁମୂର୍ତ୍ତୀ । ସ୍ତ୍ରୀ ନିଖୋଜ ଥିବାର ଯେଉଁ ଡ୍ରାମା କରିଥିଲେ ତାର ପର୍ଦ୍ଦାଫାଶ ହୋଇଯାଇଥିଲା । ପୋଲିସ ପ୍ରଶ୍ନ ବାଣରେ ଫସିଯାଇ ସତ ମାନିଥିଲା ସୈତାନ ସ୍ବାମୀ । ଆଉ ସେ ସତ ସମସ୍ତଙ୍କୁ ଚକିତ କରିଥିଲା ।

ଏହା ବି ପଢନ୍ତୁ...ଚର୍ଚ୍ଚିତ ଶାରୋନ ରାଜ ହତ୍ୟା ମାମଲା; ପ୍ରେମିକାକୁ ଫାଶୀ ଦଣ୍ଡାଦେଶ ଦେଲେ କେରଳ କୋର୍ଟ

କିଛି ଦିନ ହେବ ମାଧବୀ ଓ ଗୁରୁମୂର୍ତ୍ତୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଏହାକୁ ନେଇ ଜଘନ୍ୟ କାଣ୍ଡ ଘଟାଇଥିଲେ ଗୁରୁମୂର୍ତ୍ତୀ । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ । ଏହାପରେ ସେସବୁକୁ ପ୍ରେସର କୁକରରେ ସିଝେଇଥିଲେ । ଅବଶିଷ୍ଟ ଅଂଶକୁ ଦ୍ରହରେ ଫିଙ୍ଗି ଦେଇଥିବା କହିଥିଲେ ଗୁରୁମୂର୍ତ୍ତୀ । ପୋଲିସ ଘଟଣାରେ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.