PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଶୁଣିଲାନି ପ୍ରଶାସନ ରାସ୍ତା ସଜାଡ଼ିଲେ ରିକ୍ସା ଚାଳକ

ବାଲେଶ୍ୱର,୧୭ା୭(ସ୍ୱ.ପ୍ର୍ର): ଆଗର ରାସ୍ତା ମୋଟାମୋଟି ଭଲ ଥିଲା । ଅମୃତ ଯୋଜନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଇପ୍‌ ବିଛାଇବା ପାଇଁ କଂକ୍ରିଟ୍‌ ରାସ୍ତା ଖୋଲିଲେ । ପାଇପ୍‌ ବିଛା ହେଲା । ହେଲେ ଖୋଳାଯାଇଥିବା ପାଇପ୍‌ ଲାଇନ୍‌ରେ ଢଳେଇ କରିବା ସହ ମରାମତି କଲେନି । ଯାତାୟତରେ ଅସୁବିଧା ହେଲା । ଖୋଳାଯାଇଥିବା ପାଇପ୍‌ ଗର୍ତ୍ତରେ ପଡ଼ି ପ୍ରତିଦିନ ଲୋକେ ଲହୁଲୁହାଣ ହେଲେ । କେବଳ ଏତିକି ନୁହେଁ, ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବା ରିକ୍ସା ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ । ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଗଲାନି । ଶେଷରେ ରିକ୍ସା ଚାଳକମାନେ ଚାନ୍ଦା ନିଜ ନିଜ ମଧ୍ୟରେ ଚାନ୍ଦା ଉଠାଇଲେ । ନିଜସ୍ୱ ଅର୍ଥରେ କଂକ୍ରିଟ୍‌ ଢଳେଇ କରିବା ସହ ରାସ୍ତା ମରାମତି କଲେ । ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ପରୋକ୍ଷ ଭାବରେ ଶକ୍ତ ଚାପୁଡ଼ା ଦେଲେ । ଏଭଳି ଘଟଣା ନୂଆ ବଜାର ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା ।

ଏହି ଅଞ୍ଚଳରେ ୨୦ରୁ ଊଦ୍ଧ୍ୱର୍ ରିକ୍ସା ଚାଳକ ବସବାସ କରନ୍ତି । ସହରର ବିଭିନ୍ନ ଅଞ୍ଚଳରେ ରିକ୍ସା ଚାଳନା କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତିଦିନ ସେମାନେ ଏହି ରାସ୍ତାରେ ରିକ୍ସା ନେଇ ଯାଆନ୍ତି । ପାଇପ୍‌ ପାଇଁ ରାସ୍ତା ଖୋଳିବା ପରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ରାସ୍ତା ମରାମତି ପାଇଁ ସେମାନେ ସ୍ଥାନୀୟ ତୃଣମୂଳ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ନେହୁରା ହେଉଥିଲେ । ମଳିମୁଣ୍ଡିଆ ଲୋକ ଭାବେ ଏହି ଭଦ୍ରମୁଖା ଅଧିକାରୀମାନେ ସେମାନଙ୍କ କଥାକୁ ଗୁରୁତ୍ୱ ଦେଉନଥିଲେ । ସବୁଠୁ ନିରାଶ ହେବା ପରେ ଏହି ରିକ୍ସା ଚାଳକମାନେ ନିଜସ୍ୱ ଅର୍ଥରେ ରାସ୍ତା ମରାମତି କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ଚାନ୍ଦା ଆଦାୟ ବି କଲେ । ଆଉ ସେ ଟଙ୍କାରେ ବାଲି, ସିମେଣ୍ଟ, ଚିପ୍ସ, ମେଟାଲ କିଣିଲେ । ବିଳମ୍ବିତ ରାତିରେ ନିଜେ ରାସ୍ତା ମରାମତି କଲେ । ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ମରଣଯନ୍ତା ପାଲଟିଥିବା ରାସ୍ତାକୁ ସେମାନେ ଏବେ ମରାମତି କରିଛନ୍ତି । ପୂର୍ବ ଭଳି ରାସ୍ତା ଅବସ୍ଥା ଠିକ୍‌ ଅଛି । ରିକ୍ସା ଚାଳକଙ୍କ ଏଭଳି ଉଦ୍ୟମ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରଶଂସା କରାଯାଇଛି । ସେମାନଙ୍କ ନିକଟରୁ ଜିଲ୍ଲା ପ୍ରଶାସନ ଅଧିକାରୀମାନେ କିଛି ଶିଖନ୍ତୁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।