ନୂଆଦିଲ୍ଲୀ,୧୧/୦୩; ରିଙ୍କୁ ସିଂହ । ଟିମ୍ ଇଣ୍ଡିଆର ଷ୍ଟାର ପ୍ଲେୟାର । ତାଙ୍କ ବିଷୟରେ ଯେତେ କହିଲେ ବି କମ୍ ହେବ । ତାଙ୍କ ସାହସ, ଧୈର୍ଯ୍ୟକୁ ମାନିବାକୁ ପଡ଼ିବ । ଟି-ଟ୍ୱେଣ୍ଟି ବିଶ୍ୱକପ ଚାଲିଥାଏ । ସେପଟେ ହସ୍ପିଟାଲ ବେଡ୍ରେ ଥାନ୍ତି ତାଙ୍କ ବାପା । ଖବର ଆସେ ବାପାଙ୍କ ଦେହ ଗୁରୁତର । ତାଙ୍କ ଦେଖିବାକୁ ଘରକୁ ଯାଆନ୍ତି । ଗୋଟିଏ ଦିନ ପରେ ପୁଣି ଆସି ଦଳରେ ଯୋଗ ଦିଅନ୍ତି । କାରଣ ଭାରତୀୟ କ୍ରିକେଟ୍ ଟିମରେ ତାଙ୍କର ସାମିଲ ହେବା ଦରକାର ଥିଲା । ଏହାରି ୨ଦିନ ପରେ ଯକୃତ କ୍ୟାନ୍ସରରେ ପୀଡିତ ଥିବା ରିଙ୍କୁଙ୍କ ବାପା ଆଖି ବୁଜନ୍ତି । ଆଉ ପୁଣି ଘରକୁ ଯାଇ ବାପାଙ୍କ ଅନ୍ତିମ କ୍ରିୟ କରି ଦଳରେ ସାମିଲ ହୁଅନ୍ତି । ବାପାଙ୍କୁ ହରାଇ ଦେଶ ପାଇଁ ନିଜ ଦୁଃଖକୁ ଚାପିଥିବା ଖେଳାଳି ହେଲେ ରିଙ୍କୁ ସିଂହ । ଆଜି ତାଙ୍କୁ ସଲାମ୍ କରୁଛି ଦେଶ । ବିଶ୍ୱ ବିଜୟୀ ହେବା ପରେ ବାପାଙ୍କୁ ମନେ ପକାଇ ଭାବ ବିହ୍ବଳ ହୋଇଛନ୍ତି ରିଙ୍କୁ ସିଂହ । ତାଙ୍କ ପାଇଁ ଇମୋସନାଲ ପୋଷ୍ଟ କରିଛନ୍ତି ।

ବାପାଙ୍କୁ ହରାଇଥିବା ଦୁଃଖ ଭିତରେ ରିଙ୍କୁ ଲେଖିଛନ୍ତି, ତୁମ ସହ କଥା ନହୋଇ ମୋ ଦିନ କେବେ ଯାଇନାହିଁ । ମୁଁ ଜାଣିନାହିଁ ଆଗକୁ ଜୀବନ ତୁମ ବିନା କେମିତି ଚାଲିବ । ହେଲେ ମୋତେ ସୁବୁବେଳେ ତୁମର ଆବଶ୍ୟକତା ପଡିବ । ତୁମେ ଶିଖାଇଥିଲ ଦାୟିତ୍ୱ ସବୁଠୁ ଆଗରେ । ତେଣୁ ଫିଲ୍ଡରେ ବି ତୁମ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରିଥିଲି । ଏବେ ତୁମ ସ୍ୱପ୍ନ ସାକାର ହୋଇଛି । ତୁମେ ମୋ ପାଖରେ ଥାନ୍ତ କି । ସବୁ ଛୋଟ ବଡ ଖୁସିରେ ତୁମ ଅନୁପସ୍ଥିତି କଷ୍ଟ ଦେବ । ତୁମକୁ ବହୁତ ମିସ୍ କରିବି ପାପା । ବହୁତ ବୁହୁତ...

ଏହା ବି ପଢନ୍ତୁ...ଭାରତର ବିଶ୍ବକପ୍ ବିଜୟରେ ସାହିଦ ଆଫ୍ରିଦିଙ୍କ ବୟାନ ଭାଇରାଲ, ଟିମ୍ ଇଣ୍ଡିଆକୁ ନେଇ କ’ଣ କହିଲେ ଜାଣନ୍ତୁ  

ରିଙ୍କୁ ସିଂହଙ୍କୁ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିବାକୁ ସୁଯୋଗ ମିଳିନଥିଲା । କେବଳ ରିଜର୍ଭ ପ୍ଲେୟାର ଥିଲେ । ହେଲେ ଏଥର ତାଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଥିଲା । ଭାରତ ପାଇଁ ସେ ତାଙ୍କ ପ୍ରଥମ ବିଶ୍ୱକପ ଖେଳିଥିଲେ । ଟୁର୍ଣ୍ଣାମେଣ୍ଟରେ ସେ ୫ ମ୍ୟାଚ ଖେଳି ୨୪ ରନ୍ କରିଛନ୍ତି । ଏବେ ସେ କୋଲକାତା ନାଇଟ ରାଇଡର୍ସ ପାଇଁ ୨୦୨୬ ଆଇପିଏଲ ଖେଳିବେ । ଯାହା ମାର୍ଚ୍ଚ ୨୮ ଆରମ୍ଭ ହେବ ।
​​​​​​​