PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ପନ୍ତ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି

ମୁମ୍ବାଇ ୦୭/ ୦୨: ସୁସ୍ଥ ହେଉଛନ୍ତି କ୍ରିକେଟର ଋଷଭ ପନ୍ତ । କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁୁରୁତର ଭାବେ ଚିକିତ୍ସିତ ହେଉଥିବା ପନ୍ତ ଏବେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ନଜରରେ ରହିଛନ୍ତି । ପନ୍ତ ସୁସ୍ଥ ହେଉଥିବା ନେଇ ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି ।

Indian Cricketer Rishabh Pant injured in a car accident, hospitalised | Mint

ଋଷଭ ପନ୍ତ ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଛନ୍ତି । ଯେଉଁଥିରେ ସେ ହସ୍ପିଟାଲରେ ବାହାରେ ବସିଥିବା ଦେଖିବାକୁ ମିଳୁଛି । ଏହା ସହିତ ପନ୍ତ ଏକ କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି । ଯେଉଁଥିରେ ସେ କହିଛନ୍ତି, ‘କେବେ ବି ଜଣାନଥିଲା ଯେ ବାହାରେ ବସିବା ପାଇଁ ଓ ତାଜା ପବନରେ ନିଶ୍ବାସ ନେବାକୁ ସକ୍ଷମ ହେବି ବୋଲି’। ପନ୍ତ ସେୟାର କରିଥିବା ଫଟୋରେ ଦେଖିବାକୁ ମିଳୁଛି ଯେ, ସେ ହସ୍ପିଟାଲ ବାହାରେ ଏକ ଖୋଲା ସ୍ଥାନରେ ବସିଛନ୍ତି । ପନ୍ତଙ୍କ ଏହି ସୂଚନା ପ୍ରଶଂସକଙ୍କ ପାଇଁ ଖୁସି ଖବର । ସେ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛନ୍ତି । ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ, ଋଷଭ ପନ୍ତ କେତେବ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିବେ ।

ସୂଚନା ଥାଉ କି, ଗତ ଡିସେମ୍ବର ୩୦ ତାରିଖରେ ଦିଲ୍ଲୀରୁ ଡେରାଡୁନର ରୁଡକୀ ନିଜ ଘରକୁ ଫେରୁଥିବା ବେଳେ ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ଟିମ୍‌ ଇଣ୍ଡିଆ ବ୍ୟାଟର୍‌ ଋଷଭ ପନ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ ପନ୍ତଙ୍କ କାର୍‌ ପୂରାପୂରି ଭାବେ ଜଳିଯାଇଥିଲା । ପନ୍ତଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଲିଗାମେଣ୍ଟ ସର୍ଜରୀ କରାଯାଇଥିଲା ।

Rishabh Pant Car Accident Photos are Shocking: Car Hits Divider - JanBharat  Times

ସମ୍ବନ୍ଧିତ ଖବର