ନୂଆଦିଲ୍ଲୀ,୧୯/୦୫: ଆଗାମୀ ଆଫଗାନିସ୍ତାନ ବିପକ୍ଷ ଘରୋଇ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହେବ । ଚୟନ କମିଟି ଗୌହାଟୀ ଠାରେ ଏକତ୍ରିତ ହୋଇ ଆଫଗାନିସ୍ତାନ ବିପକ୍ଷ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ପାଇଁ ଦଳ ଚୟନ କରିବେ । ଟେଷ୍ଟ ଦଳରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ରିଷଭ ପନ୍ତଙ୍କୁ ଉପଅଧିନାୟକ ପଦରୁ ହଟାଇବାକୁ ଚୟନ କମିଟି ଚିନ୍ତା କରୁଛି । ତାଙ୍କୁ ଅତିରିକ୍ତ ଦାୟିତ୍ୱ ନ ଦେବା ପାଇଁ ଚୟନ କମିଟିର ସଦସ୍ୟମାନେ ମତ ଦେଉଛନ୍ତି । ଏଣକି ଟେଷ୍ଟରେ ଉପ-ଅଧିନାୟତ୍ୱ କରିପାରିବେ ନାହିଁ ଋଷବ ପନ୍ତ । ଆଇପିଏଲରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଅଧିନାୟକ ଋଷବ ପନ୍ତଙ୍କ ପାଇଁ ସତର୍କ ଘଣ୍ଟି ରହିଛି ।

ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ସମୟରେ ଶୁଭମନ ଗିଲ୍ ଆହତ ହୋଇ ବାଦ ପଡ଼ିଥିଲେ । ତାଙ୍କ ଅନୁପସ୍ଥିତିରେ ପନ୍ତଙ୍କ ନେତୃତ୍ୱ ନୈରାଶ୍ୟଜନକ ରହିଥିବା ଚୟନ କମିଟି ଅନୁଭବ କରୁଥିବା ଦର୍ଶାଇଛି । କେବଳ ସେତିକି ନୁହେଁ, ପନ୍ତଙ୍କୁ ଦିନିକିଆ ଦଳରୁ ମଧ୍ୟ ବାଦ ଦେବାକୁ ଚୟନ କମିଟି ଚିନ୍ତା କରୁଥିବା ଜଣାପଡ଼ିଛି । ସଞ୍ଜୁ ସାମସନ, ଇଶାନ କିଷନ, ଧ୍ରୁବ ଜୁରେଲଙ୍କ ଭଳି ଅନ୍ୟ ୱିକେଟ୍ କିପରଙ୍କୁ ସୁଯୋଗ ଦେବାର ସମୟ ଆସିଥିବାରୁ ଫର୍ମ ହରାଇଥିବା ପନ୍ତ ଦିନିକିଆ ଦଳରୁ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହା ବି ପଢନ୍ତ...IND VS AFG: ବୁମରାଙ୍କ ଉପରେ ୱାର୍କଲୋଡ୍ ବ୍ରେକ୍ ! ରୋହିତଙ୍କ ଫିଟ୍ନେସ୍ ଉପରେ ପ୍ରଶ୍ନ...ଆଫଗାନିସ୍ତାନ ସିରିଜ ପାଇଁ ଆଜି ଟିମ୍ ଚୟନ  

ବିସିସିଆଇ ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ରୁଷଭ ପନ୍ତଙ୍କୁ ହଟାଇବା ପାଇଁ ଗମ୍ଭୀରତାର ସହ ବିଚାର କରୁଛି । ଗତ ଦୁଇ ବର୍ଷ ଧରି ଏଲଏସଜି ଦଳ ସହିତ ପନ୍ତଙ୍କ କଷ୍ଟକର କାର୍ଯ୍ୟକାଳ ଯୋଗୁଁ ଏହି ଆଲୋଚନା ଆରମ୍ଭ ହୋଇଥିବା କୁହାଯାଉଛି ।  ଟି-୨୦ କ୍ରିକେଟରେ ଜଣେ କ୍ୟାପ୍ଟେନ୍ ଭାବରେ ପ୍ରଭାବିତ କରିବାରେ ବିଫଳ ହୋଇଛନ୍ତି । ଟେଷ୍ଟ ଦଳରେ ୱିକେଟକିପର-ବ୍ୟାଟସମ୍ୟାନ ଭାବରେ ତାଙ୍କର ସ୍ଥାନ ସମ୍ପୂର୍ଣ୍ଣ ସୁରକ୍ଷିତ। ମେ ୧୯ ଅର୍ଥାତ୍ ଆଜି ଗୌହାଟୀରେ ଚୟନକର୍ତ୍ତାଙ୍କ ବୈଠକରେ ତାଙ୍କ ଉପ-ଅଧିନାୟକ ପଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

୨୦୨୬ ଆଇପିଏଲ୍ ପରେ, ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଏକ ଟେଷ୍ଟ ମ୍ୟାଚ୍‌ର ରୋମାଞ୍ଚ ଉପଭୋଗ କରିବେ । ଆଫଗାନିସ୍ତାନ ଦଳ ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ତିନୋଟି ଦିନିକିଆ ପାଇଁ ଭାରତ ଗସ୍ତ କରିବ । ଏକମାତ୍ର ଟେଷ୍ଟ ମ୍ୟାଚ୍ ଜୁନ୍ ୬ ତାରିଖରୁ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଖେଳାଯିବ । ଏହା ପରେ ତିନୋଟି ଦିନିକିଆ ମ୍ୟାଚ୍ ହେବ, ଜୁନ୍ ୧୪ ତାରିଖରେ ଧର୍ମଶାଳାରେ, ଜୁନ୍ ୧୭ ତାରିଖରେ ଲକ୍ଷ୍ନୌରେ ଏବଂ ଜୁନ୍ ୨୦ ତାରିଖରେ ଚେନ୍ନାଇରେ । ଏହି ସିରିଜ୍ ପାଇଁ ଦଳ ଚୟନ ସମ୍ପର୍କରେ ବିଭିନ୍ନ ରିପୋର୍ଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁଥିରେ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ପଦରୁ ହଟାଇ ଦିଆଯିବା ଖବର ମଧ୍ୟ ସାମିଲ ଅଛି ।