PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଦାୟିତ୍ବ ନେଲେ ସିବିଆଇର ନିର୍ଦେଶକ ଋଷି କୁମାର ଶୁକ୍ଲା, ପ୍ରଥମ ପର୍ଯ୍ୟାୟରେ ହେବ ୫ଟି ଦୁର୍ନୀତିର ତଦନ୍ତ

ନୂଆ ଦିଲ୍ଲୀ ୪/୨ : ନୂତନ ଭାବେ ନିଯୁକ୍ତ ହୋଇଥିବା ସିବିଆଇର ନିର୍ଦେଶକ ଋଷି କୁମାର ଶୁକ୍ଲା ଆଜି ପଦ ସମ୍ଭାଳିଛନ୍ତି | ଆଲୋକ ବର୍ମା ସିବିଆଇ ନିର୍ଦେଶକ ପଦବୀରୁ ଇସ୍ତଫା ଦେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ଚୟନ କମିଟି ଶନିବାର ଦିନ ମଧ୍ୟପ୍ରଦେଶର ପୂର୍ବତନ ଡିଜିପି ଋଷି କୁମାର ଶୁକ୍ଲାଙ୍କୁ ସିବିଆଇର ନୂଆ ନିର୍ଦେଶକ ଭାବେ ନିଯୁକ୍ତ କରିଥିଲେ | ଆଲୋକ ବର୍ମାଙ୍କ ଇସ୍ତଫା ପରେ ନାଗେଶ୍ୱର ରାଓ ତାମଚଳା ସିବିଆଇ ନିର୍ଦେଶକ ପଦବୀ ସମ୍ଭାଳିଥିଲେ | ଆଜି ନାଗେଶ୍ୱର ରାଓଙ୍କ ଠାରୁ ଋଷି ଶୁକ୍ଲା ନିର୍ଦେଶକ ଦାୟିତ୍ବ ନେଇଛନ୍ତି | ସିବିଆଇର ନବ ନିଯୁକ୍ତ ନିର୍ଦେଶକ ଋଷି କୁମାର ଶୁକ୍ଲା ହଜାର କୋଟିର ପିଏନବି ଦୁର୍ନୀତି ଏବଂ ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତି ସମେତ ୫ଟି ମାମଲାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବେ |

ସୂଚନାଯୋଗ୍ୟ ଯେ, ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକସିଙ୍କ ହଜାର କୋଟିର ପିଏନବି ଦୁର୍ନୀତି, ୩୨୫୦ କୋଟି ଟଙ୍କାର କରଜ ଅନିୟମିତତାର ଆଇସିଆଇସିଆଇ ବ୍ୟାଙ୍କ- ଭିଡିଓକନ ଦୁର୍ନୀତି ମାମଲା ସହ ୫ଟି ବଡ ବଡ ଦୁର୍ନୀତି ମାମଲାର ଯାଞ୍ଚ ସିବିଆଇ ତାଲିକାର ସବୁଠାରୁ ଉପରେ ରହିବେ |ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକେପ୍ଟର ସୌଦା, ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ହଜାର କୋଟି ଟଙ୍କାର ବକେୟା କରଜ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଏବଂ ତାଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କ ସହ ଜଡିତ ଆଇଏନଏକ୍ସ (INX Media Case) ମିଡ଼ିଆ ମାମଲାର ଯାଞ୍ଚ ଉପରେ ପ୍ରାଥମିକତା ଦେବ ସିବିଆଇ | ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚର, ଭିଡିଓକନର ନିର୍ଦେଶକ ଧୃତ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ସମନ ଜାରି କରିବା ବ୍ୟବସ୍ଥା କରୁଛି |

ସମ୍ବନ୍ଧିତ ଖବର