PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସିଏମ୍ ଧାମୀଙ୍କ ଆଶ୍ବାସନା ପରେ ଏନଆଇଟି ଘାଟରେ ହେଲା ଅଙ୍କିତା ଭଣ୍ଡାରୀଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୫/୯ : ସିଏମ୍ ପୁଷ୍କର ସିଂହ ଧାମୀଙ୍କ ଆଶ୍ବାସନା ପରେ ଅଙ୍କିତା ଭଣ୍ଡାରୀଙ୍କ ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି । ଅଙ୍କିତାଙ୍କ ଅନ୍ତିମ ସଂସ୍କାର ଏନଆଇଟି ଘାଟରେ ହୋଇଛି । ସିଏମ୍ ଧାମୀ କହିଛନ୍ତି କି ପରିବାରର ଦାବି ତାଙ୍କୁ ମଞ୍ଜୁରୀ ଅଛି । ଅଙ୍କିତା ଋଷିକେଶର ଏକ ରିସର୍ଟରେ କାମ କରୁଥିଲେ , ଯାହାଙ୍କୁ କିଛି ଦିନ ପୂର୍ବରୁ ହତ୍ୟା କରି ଦିଆଯାଇଥିଲା ଏବଂ ତାଙ୍କ ମୃତଦେହ ନହରରୁ ଜବତ ହୋଇଥିଲା । ଏହି ମାମଲାରେ ପୁଲିସ ରିସର୍ଟ ମାଲିକ ପୁଲକିତ ଆର୍ୟଙ୍କ ସହିତ ୩ଜଣ ଲୋକଙ୍କୁ ଗିରଫ କରିଛି ।

ଅନ୍ୟପଟେ ଅଙ୍କିତାଙ୍କ ପରିବାର ଲୋକେ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ପ୍ରଥମେ ତାଙ୍କ ଅନ୍ତିମ ସଂସ୍କାର କରିବାକୁ ମନା କରୁଥିଲେ । ଅଙ୍କିତାଙ୍କ ବାପା ଏମ୍ସର ପ୍ରାଇମେରୀ ରିପୋର୍ଟରେ ସନ୍ତୁଷ୍ଟ ନ ଥିଲେ । ଯେଉଁଥିରେ କୁହାଯାଇଥିଲା କି ଅଙ୍କିତାଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଛି । ପରିବାର ଲୋକଙ୍କ ଅସନ୍ତୋଷ ଦେଖି ସିଏମ୍ ଧାମୀ ପରିବାର ଲୋକଙ୍କୁ ତାଙ୍କ ଝିଅର ଅନ୍ତିମ ସଂସ୍କାର କରିବାକୁ ଅପିଲ୍ କରିଥିଲେ । ସିଏମ୍ ଧାମୀ ପରିବାର ଲୋକଙ୍କୁ କହିଥିଲେ କି ତାଙ୍କର ସବୁ ଦାବି ମଞ୍ଜୁର ଅଛି । ସେ କହିଥିଲେ କି ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ ହେବ । ସେ ଫାଷ୍ଟ ଟ୍ରାକ କୋର୍ଟ ଲାଗି ରାଜ୍ୟର ଚିଫ୍ ଜଷ୍ଟିସଙ୍କୁ ବି ଚିଠି ଲେଖିଛନ୍ତି । ସେ ଏହାସହ କହିଥିଲେ କି ଶବବ୍ୟବଚ୍ଛେଦର ସମ୍ପୂର୍ଣ୍ଣ ରିପୋର୍ଟ ପରିବାର ଲୋକଙ୍କୁ ଦିଆଯିବ ।

ସମ୍ବନ୍ଧିତ ଖବର