ପ୍ରମୁଖ ଖବର
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଯେଉଁ ୩ଟି ନଦୀର ପାଣି ପାକିସ୍ତାନ ଯାଉଥିଲା, ପ୍ରୋଜେକ୍ଟ ମାଧ୍ଯମରେ ଯମୁନାକୁ ଆଣିବା: ନୀତିନ ଗଡକରୀ

ନୁଆଦିଲ୍ଲୀ ୨୧/୨: ପୁଲୱାମା ଆତଙ୍କୀ ଆକ୍ରମଣ ମାମଲାକୁ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆଜି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେଉଁ ୩ଟି ନଦୀର ପାଣି ପାକିସ୍ତାନ ଯାଉଥିଲା ଏବେ ତାକୁ ପ୍ରୋଜେକ୍ଟ ମାଧ୍ଯମରେ ଫେରାଇ ଯମୁନାକୁ ଅଣାଯିବ । ସେ କହିଛନ୍ତି, ଆମେ ଯମୁନାକୁ ଶୁଦ୍ଧ କରିବା ପାଇଁ କାମ ଆରମ୍ବ କରିଦେଇଛୁ । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଗୁରୁବାର ପଶ୍ଚିମୀ ଉତ୍ତର ପ୍ରଦେଶରେ ୮୫୩୦ କୋଟି ଟଙ୍କା ବିନିମୟରେ ରାଜମାର୍ଗ ଓ ଅନ୍ଯାନ୍ୟ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ଏହା ସହିତ ସେ ପଶ୍ଚିମୀ ୟୁପିରେ ୩୩୧ କିମି. ରାଜମାର୍ଗ ଯୋଜନା ଓ ନମତି ଗଙ୍ଗେ କାର୍ଯ୍ୟକ୍ରମରେ ୮୯.୫ ଏମଏଲଡିର ମଳଶୋଧନ ଯୋଜନାର ଉଦଘାଟନ ଏବଂ ଶିଳାନ୍ୟାସ୍ କରିଛନ୍ତି । ଏହାର ସମୁଦାୟ ୮୫୩୦ କୋଟି ଟଙ୍କା ବିନିମୟରେ ପ୍ରସ୍ତୁତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.