PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ସୁପ୍ରିମ୍‌କୋର୍ଟରେ ରିୟା କହିଲେ – ସୁଶାନ୍ତଙ୍କ ପ୍ରତି ମୋର ଭଲ ପାଇବା ଥିଲା , ହେଲେ …

oneindia.com

ନୂଆଦିଲ୍ଲୀ – ରିୟା ଚକ୍ରବର୍ତ୍ତୀ ପ୍ରଥମ ଥର ସୁପ୍ରିମ୍‌କୋର୍ଟରେ  ନିଜର ଓ ସୁଶାନ୍ତ ସିଂହ ରାଜପୁତଙ୍କ ରିଲେସନକୁ ନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ସେ ସୁଶାନ୍ତଙ୍କୁ ଭଲ ପାଉଥିଲେ ଏବଂ ତାଙ୍କର ମୃତ୍ୟୁରେ ବହୁତ ମର୍ମାହତ ବି ହୋଇଥିଲେ। ସୁଶାନ୍ତଙ୍କ ମାମଲାରେ ତନାଘନା –୧୮ ଘଣ୍ଟା ଜେରା, ଇଡି ସ୍କାନରରେ ରିୟାଙ୍କ ଭାଇ

ଉଲ୍ଲେଖନୀୟ ଯେ ,  ରିୟା ସୁପ୍ରିମକୋର୍ଟରେ ବିହାର ପୁଲିସ୍‌ ବିରୁଦ୍ଧରେ  ପିଟିସନ  ଦାଖଲ କରିଥିଲେ ଏବଂ କେସ୍‌କୁ ମୁମ୍ୱାଇ ଟ୍ରାନ୍ସଫର କରିବାର ଦାବି କରିଥିଲେ ।  କିନ୍ତୁ  ଏବେ ଏହି କେସ୍‌  ସିବିଆଇ  ହାତକୁ ଯାଇ ସାରିଛି । ସେ ତାଙ୍କ ବିରୁଦ୍ଧରେ ମଧ୍ୟ ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି । ରିୟା କୋର୍ଟରେ ମଙ୍ଗଳବାର ଦିନ  ଅଭିଯୋଗ କରିଥିଲେ କି ତାଙ୍କୁ ଏବେ ଏହି କେସ୍‌ରେ ପ୍ରତାଡ଼ିତ କରାଯାଉଛି । ସୁଶାନ୍ତ ସିଂହ ହତ୍ୟା ମାମଲା : ସୁପ୍ରିମ୍‌କୋର୍ଟରେ ରିୟା କହିଲେ , ଆଉ ଦୁଇ ଜଣ ଅଭିନେତା ଆତ୍ମହତ୍ୟା କଲେ ତାଙ୍କର ଚର୍ଚ୍ଚା ହେଉନି, ମୋତେ କାହିଁକି ଦୋଷୀ କରାଯାଉଛି

ମଙ୍ଗଳବାର ଦିନ ସୁପ୍ରିମ୍‌ କୋର୍ଟରେ ୧୧ ଫର୍ଦ୍ଦର ଆଫିଡେଭିଟ୍‌  ଦେଇ ରିୟା ଚକ୍ରବର୍ତ୍ତୀ  କହିଛନ୍ତି,  ସୁଶାନ୍ତ ସିଂହ  ରାଜପୁତଙ୍କର ମୃତ୍ୟୁ ପରେ ସେ ପ୍ରତାଡ଼ିତ ଅନୁଭବ କରୁଛନ୍ତି ।  ରିୟା ଚକ୍ରବର୍ତ୍ତୀ  ତାଙ୍କ ବିରୁଦ୍ଧରେ ଏହି କେସ୍‌ରେ  ପାଟନାରେ ଦାଖଲ ହୋଇଥିବା  ଏଫ୍‌ଆଇଆର୍‌  ମୁମ୍ୱାଇ ଟ୍ରାନ୍ସଫର  କରିବାକୁ ଓ ବିହାର ପୁଲିସ୍‌ ସ୍ଥାନରେ  ମୁମ୍ୱାଇ ପୁଲିସ୍‌କୁ ତଦନ୍ତ ଦାୟିତ୍ୱ ଦେବାର  ଦାବିକୁ ନେଇ ସୁପ୍ରିମ୍‌ କୋର୍ଟରେ ପିଟିସନ  ଦାଖଲ କରିଥିଲେ ।

ବର୍ତ୍ତମାନ ଏହି କେସ୍‌ରେ  ଅନେକ ପରିବର୍ତ୍ତନ  ହୋଇ ସାରିଛି ଏବଂ ବିହାର ସରକାରର ସୁପାରିଶରେ କେନ୍ଦ୍ର ସରକାର ବିହାର ପୁଲିସ୍‌ ଠାରୁ  ତଦନ୍ତ ନେଇ ସିବିଆଇକୁ ଦେଇଛନ୍ତି ଏବଂ ସେ ବି ଏଫ୍‌ଆଇଆର୍‌  ଦାଖଲ କରିସାରିଛନ୍ତି ।

ରିୟା ଅଭିଯୋଗ କରି କହୁଛନ୍ତି ଯେ , ସୁଶାନ୍ତଙ୍କ ପିତା ଅନେତକ ପ୍ରଭାବଶାଳୀ ସଂପର୍କୀୟଙ୍କ ସହାୟତାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି ।