ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

'ଷ୍ଟାଇଲ୍' ଫିଲ୍ମ ହିରୋଇନ୍ ରିୟା ସେନଙ୍କ ଜନ୍ମଦିନ, ୪୪ ବର୍ଷରେ ପାଦ ଥାପିଲେ ଅଭିନେତ୍ରୀ

Published By : Rasmita Pradhan | January 24, 2025 9:35 AM

ନୂଆଦିଲ୍ଲୀ, ୨୪/୦୧ : ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ରିୟା ସେନଙ୍କର ଜନ୍ମଦିନ। ସେ ୪୪ ବର୍ଷରେ ପାଦ ଥାପିଛନ୍ତି। ୧୯୮୧ ମସିହା ଜାନୁଆରୀ ୨୪ରେ କୋଲକାତାରେ ଏକ ରାଜ ପରିବାରରେ ସେ ଜନ୍ମଗ୍ରହଣ କରଥିଲେ। ତାଙ୍କ ପିତା ଭରତ ଦେବ ବର୍ମା ତ୍ରିପୁରାର ରାଜ ପରିବାରର ଥିଲେ। ସେହିପରି ରିୟାଙ୍କ ଜେଜେମା ଇଲା ଦେବୀ କୁଚବିହାରର ରାଜକୁମାରୀ ଥିଲେ। ରିୟାଙ୍କ ମା ମୁନମୁନ ସେନ ଏବଂ ଆଇ ସୁଚିତ୍ରା ସେନ ଦୁହେଁ ଲୋକପ୍ରିୟ ଅଭିନେତ୍ରୀ ଥିଲେ। 

ପିଲାଦିନରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ରିୟା ସେନ। ମାତ୍ର ୫ ବର୍ଷ ବୟସରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ୧୯୯୧ରେ ଫିଲ୍ମ ବିଷକନ୍ୟାରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୨୦୦୧ରେ ଫିଲ୍ମ ଷ୍ଟାଇଲ୍‌ରେ ତାଙ୍କୁ ସଫଳତା ମିଳିଥିଲା। ଏହା ଏକ କମ୍ ବଜେଟ୍‌ର ଫିଲ୍ମ ହୋଇଥିଲେ ମଧ୍ୟ ହିଟ୍ ହୋଇଥିଲା। ଏହାପରେ ତାଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀର ଦ୍ଵାର ଖୋଲିଥିଲା। 

ବହୁ ଫିଲ୍ମରେ ଅଭିନୟ କରି ରିୟା ଜଲୱା ଦେଖାଇଛନ୍ତି। ଜଣେ ମଡେଲ ରୂପରେ ମଧ୍ୟ ତାଙ୍କୁ ଲୋକପ୍ରିୟତା ମିଳିଛି। ୧୯୯୮ରେ ଫାଲ୍ଗୁନି ପାଠକଙ୍କ 'ୟାଦ ପିୟା କି ଆନେ ଲଗି'ରେ ଅଭିନୟ କରିଛନ୍ତି। ଏତଦ୍ ବ୍ୟତୀତ ସେ ବହୁ ମ୍ୟୁଜିକ୍ ଭିଡିଓ, ଫ୍ୟାସନ ସୋ ଏବଂ ବିଜ୍ଞାପନରେ ନଜର ଆସିଛନ୍ତି। ୨୦୦୬ରେ ଏକ କୋଲ୍ଡ ଡ୍ରିଙ୍କ୍‌ସ୍ ବ୍ରାଣ୍ଡ ବିଜ୍ଞାପନରେ ସେ ଦୀପିକା ପାଦୁକୋନଙ୍କୁ ରିପ୍ଲେସ୍ କରିଛନ୍ତି। ରିୟା ସେନ ବଲିଉଡ ବ୍ୟତୀତ ବଙ୍ଗାଳୀ, ତେଲୁଗୁ, ତାମିଲ ଏବଂ ମାଲାୟଲମ ଫିଲ୍ମରେ ଅଭିନୟ କରିଛନ୍ତି।

ରିୟା ସେନ କୋଲକାତାର ଲୋରେଟୋ ହାଉସ୍‌ରେ ତାଙ୍କ ସ୍କୁଲ ଶିକ୍ଷା ସମାପ୍ତ କରିଛନ୍ତି। ନିଫ୍ଟ ମୁମ୍ଵାଇରେ ସେ ଫ୍ୟାସନ ଡିଜାଇନିଂ ଏବଂ ଇନଫରମେସନ ଟେକ୍ନୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି। ସେ ଅଭିନୟ ପାଇଁ ମଧ୍ୟ ଟ୍ରେନିଂ ନେଇଛନ୍ତି। ଏତଦ୍ ବ୍ୟତୀତ ପ୍ୟାରିସ୍ ଇନଷ୍ଟିଚ୍ୟୁଟ୍ ମାରଙ୍ଗୋନୀରେ ସେ ଫ୍ୟାସନ ଏବଂ ଇମେଜ ଷ୍ଟାଇଲିଂର କୋର୍ସ କରିଛନ୍ତି। ୨୦୧୭ରେ ରିୟା ତାଙ୍କ ବୟଫ୍ରେଣ୍ଡ୍ ଶିବମ ତିୱାରୀଙ୍କୁ ବଙ୍ଗାଳୀ ରୀତିନୀତିରେ ବିବାହ କରିଛନ୍ତି। ୨୦୨୩ରେ ବଡ଼ ପରଦାରେ ଡେଥ୍ ଟେଲ୍‌ରେ ନଜର ଆସିଥିଲେ। ଏବେ ରିୟା ଓଟିଟି ପ୍ଲାଟଫର୍ମରେ ଅଧିକ ଆକ୍ଟିଭ୍ ଅଛନ୍ତି।  


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.