ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଥମୁନି ସଡ଼କ ଦୁର୍ଘଟଣା, କମୁନି ମୃତ୍ୟୁ ସଂଖ୍ୟା: ୫ ବର୍ଷ ମଧ୍ୟରେ ପ୍ରାୟ ୮ ଲକ୍ଷ ଲୋକଙ୍କ ଗଲାଣି ଜୀବନ

Published By : Tapas Panda | December 14, 2024 6:18 PM

ନୂଆଦିଲ୍ଲୀ: ଭୟ ବଢ଼ାଉଛି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା । ସରକାରୀ ତଥ୍ୟ କହୁଛି, ୫ ବର୍ଷରେ ପ୍ରାୟ ୮ ଲକ୍ଷ ଜୀବନ ନେଇଛି ସଡ଼କ ଦୁର୍ଘଟଣା । ୨୦୨୮-୨୦୨୨ ମଧ୍ୟରେ ସମଗ୍ର ଭାରତରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଜାରି କରିଛି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି । ୨୦୨୨ରେ ସଡ଼କ ଦୁର୍ଘଟଣାରେ ୧,୬୮,୪୯୧ ଜଣଙ୍କ ମୃତ୍ୟୁ ହୋଇଥିଲା । 

୨୦୨୧ରେ ହୋଇଥିବା ମୃତ୍ୟୁ ତୁଳନାରେ ଏହା ଖୁବ ଅଧିକ । ସେହିବର୍ଷ ୧,୫୩,୯୭୨ ଲୋକ ପ୍ରାଣ ହରାଇଥିଲେ ।  ବୁଧବାର ପ୍ରକାଶ ପାଇଥିବା ‘ଭାରତରେ ସଡ଼କ ଦୁର୍ଘଟଣା ୨୦୨୨’ ରିପୋର୍ଟ ଅନୁସାରେ, ୨୦୧୮-୨୦୨୨, ୫ ବର୍ଷ ମଧ୍ୟରେ ମୋଟ ୭ ଲକ୍ଷ ୭୭ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ୨୦୨୨ରେ ଉତ୍ତର ପ୍ରଦେଶରେ ଏହି ସଂଖ୍ୟା ସର୍ବାଧିକ ୨୨,୫୯୫ ଥିଲା । ମହାରାଷ୍ଟ୍ରରେ ୧୫,୨୨୪, ତାମିଲନାଡୁରେ ୧୭ ହଜାର ୮୮୪ ଜଣ ପ୍ରାଣ ହରାଇଥିଲେ । ୫ ବର୍ଷ ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମାମଲାରେ ଶୀର୍ଷ ୧୦ ରାଜ୍ୟ ମଧ୍ୟରେ ରହିଛି –

୧. ଉତ୍ତର ପ୍ରଦେଶ- ୧,୦୮,୮୮୨

୨. ତାମିଲନାଡୁ- ୮୪,୩୧୬

୩. ମହାରାଷ୍ଟ୍ର- ୬୬, ୩୭୦

୪. ମଧ୍ୟପ୍ରଦେଶ- ୫୮, ୫୮୦

୫. କର୍ଣ୍ଣାଟକ- ୫୩,୪୪୮

୬. ରାଜସ୍ଥାନ- ୫୧,୨୮୦

୭. ଆନ୍ଧ୍ର ପ୍ରଦେଶ- ୩୯,୦୫୮

୮. ବିହାର- ୩୬,୧୯୧

୯. ତେଲଙ୍ଗାନା- ୩୫, ୫୬୫

୧୦. ଗୁଜରାଟ- ୩୬, ୬୨୬

ଏହା ପୂର୍ବରୁ ଗୁରୁବାର କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଥିଲେ ଯେ, ଅନ୍ତର୍ଜାତୀୟ କନଫରେନ୍ସରେ ସଡ଼କ ଦୁର୍ଘଟଣା କଥା ଆସିଲେ ସେ ଲଜ୍ଜିତ ମନେ କରନ୍ତି ଏବଂ ମୁହଁ ଲୁଚାଇ ଦିଅନ୍ତି ।  ୫୦ ପ୍ରତିଶତ ସଡ଼କ ଦୁର୍ଘଟଣା କମାଇବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ଦେଶରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିଚାଲିଛି । ସଡ଼କ ସୁରକ୍ଷା ପାଇଁ ଲୋକମାନଙ୍କ ଆଚରଣରେ ପରିବର୍ତ୍ତନ ଆସିବା ଦରକାର । କଠୋର ଆଇନ୍‌ ଆଣି ସଡ଼କ ଦୁର୍ଘଟଣା କମାଇବା ଦିଗରେ କାର୍ଯ୍ୟ କରିବା ଦରକାର ବୋଲି ଗଡ଼କରୀ କହିଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.