ଖନ୍ତାପଡା,୧୩/୦୨: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ।  ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢିଗଲା ତୀର୍ଥଯାତ୍ରୀ ବସ୍। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । 

ଆହୁରି ପଢନ୍ତୁ-ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର,୩ ମୃତ​​​​​​​

ସୂଚନା ମୁତାବକ, ଆଜି ସକାଳ ୫ଟା ୧୫ରେ କଲିକତାରୁ ଶ୍ରୀ ଭେଙ୍କେଟଲକ୍ଷ୍ମୀ ନାମକ ଏକ ତୀର୍ଥଯାତ୍ରୀ ବସ ପୁରୀ ଅଭିମୁଖେ ଯାଉଥିଲା ।  ସେହି ସମୟରେ ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଡ଼ିଯାଇଥିଲା ବସ।ଫଳରେ ବସରେ ଥିବା ଡ୍ରାଇଭର ପୋଲକୁ ବାଡେଇ ହୋଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ବସରେ ୪୦ ଯାତ୍ରୀ ନେଇ ଯାଉଥିବାବେଳେ ୧୦ରୁ ଅଧିକ ଗୁରୁତର  ହୋଇଛନ୍ତି।ସେମାନଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା ଜଣାପଡ଼ିଛି। ସେପଟେ ଘଟଣାସ୍ଥଳରେ ଖନ୍ତାପଡ଼ା ପୁଲିସ,ବାହାନଗା ଅଗ୍ନିଶମ ବିଭାଗ,ଜାତୀୟ ରାଜପଥ ପୁଲିସ ମିଳିତ ଭାବେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ମୃତକ ଡ୍ରାଇଭରଙ୍କ ପରିଚୟ ମିଳିପାରିନି। ଏମାନେ ସମସ୍ତେ ଆନ୍ଧ୍ରପ୍ରଦେଶ ଜେନାଲୁରମ ଜିଲ୍ଲାରୁ ଆସଥିବା ଜଣାପଡ଼ିଛି।