ଗଜପତି, ୨୨।୭ :  ଟଙ୍କା ପାଇଁ ଯୁବକଙ୍କୁ ବିଭତ୍ସ ହତ୍ୟା।  ପାରଳାଖେମୁଣ୍ଡି ସୁବାସ ନଗର ଛକ ନିକଟରେ ଘଟିଛି ଘଟଣା। ମୃତକ ଯୁବକ ଜଣକ ହେଲେ ସନ୍ତୋଷ କୁମାର ଭୁକ୍ତା ।  ସେ ରାଜଗୁରୁ ସାହି ବାସିନ୍ଦା ବୋଲି ଜଣାପଡିଛି । ଘଟଣା ସ୍ଥଳରେ  ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସନ୍ତୋଷ ବିଭିନ୍ନ ସ୍ଥାନରୁ  ଋଣ ଆଣି ପରିଶୋଧ କରୁନଥିଲେ । ଋଣ ଦେଇଥିବା ବ୍ୟକ୍ତି ମାନେ ଆସି ସବୁବେଳେ  ସନ୍ତୋଷଙ୍କ ସହ ଗଣ୍ଡଗୋଳ କରୁଥିଲେ । ମଙ୍ଗଳବାର ସନ୍ଧ୍ୟାରୁ ସନ୍ତୋଷ ଘରୁ ବାହାରି ରାତିରେ ଆଉ ଫେରିନଥିଲେ।  ବୁଦବାର  ସକାଳୁ ସନ୍ତୋଷଙ୍କ ମୃତଦେହ ଘାସି ସାହି ଛକରେ ପଡିଥିବା ଖବରପାଇ ସୂଚନା ପାଇ ଆସିଥିଲେ । ମୃତ ଦେହକୁ ଘୋଷଡି ଘୋଷଡି ଆଣି ଗୋଟିଏ  ଅଳିଆ ଗଦା ନିକଟରେ ପକାଇ ଥିବା ଦେଖିବାକୁ ପାଇଥିଲେ ।  ଖବର ପାଇ ପୋଲିସ ଘଟଣା ସ୍ଥଳେ ପହଁଚି ମୃତଦେହ ଜବତ କରି  ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ ବେଳେ ଯେହେତୁ ମୃତ ଦେହ ଘୋଷଡି ଆଣିଥିବା ଚିହ୍ନ ଦେଖିବାକୁ ପାଇଛି। ତେଣୁ ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ କରାଯାଉଛି । ସାଇଣ୍ଟିଫିକ ଟିମ ଆସିଲେ ସ୍ୱଷ୍ଟ ହୋଇପାରିବ ବୋଲି ପୋଲିସ ସୂଚନା ଦେଇଛି ।

​​​​​​​