ଛତ୍ରପୁର,୦୨/୧୨: ଗଞ୍ଜାମ ଜିଲ୍ଲା ଛତ୍ରପୁର କଲେଜ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଡିଭାଇଡରକୁ ପିଟିହେଲା ବାଇକ। ଘଟଣାସ୍ଥଳରେ ଜଣେ ମୃତ ଅନ୍ୟଜଣେ ଗୁରୁତର । ମୃତ ଯୁବକମାନେ ବାଲେଶ୍ୱର ଅଞ୍ଚଳ ସିମୁଳିଆର ଧର୍ମେନ୍ଦ୍ର କର ହୋଇଥିବା ବେଳେ ଆହତ ଯୁବକଙ୍କ ନାମ ସନ୍ଦୀପ ଦାସ ବୋଲି ଜଣାପଡିଛି ।

ସୂଚନା ମୁତାବକ, ବାଙ୍ଗାଲୋରରୁ ୨ ଜଣ ଯୁବକ ବାଇକ ଯୋଗେ ବାଲେଶ୍ୱର ଯାଉଥିଲେ। ହେଲେ ଛତ୍ରପୁର କଲେଜ ଛକରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ହୋଇଥିଲେ। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଏନେଇ ଖବର ପାଇ ମୃତାହତ ନିକଟରେ ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚିଛନ୍ତି। ଆହତଙ୍କୁ ଛତ୍ରପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।