ଅହମ୍ମଦାବାଦ,୦୯/୧୨: ଭୀଷଣ ସଡକ ଦୁର୍ଘଟଣା । ଗୁଜୁରାଟ ଜୁନାଗଡରେ ଭୟଙ୍କର ସଡକ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ କଲେଜ ଜଣ ଛାତ୍ର ଥିବା ଜଣାପଡିଛି । ମୃତ ୫ ଛାତ୍ର ପରୀକ୍ଷା ଦେବାକୁ ଯାଉଥିଲେ । ୨ଟି କାର ମଧ୍ୟରେ ଦୁର୍ଘଟଣା ହେବାରୁ ଅକାଳରେ ୭ ଜୀବନ ଦୀପ ଲିଭି ଯାଇଛି ।
ଗୁଜୁରାଟ ଜୁନାଗଡ ଭଣ୍ଡୁରୀ ନିକଟ କୃଷ୍ଣା ହୋଟଲ ନିକଟରେ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଦୁଇଟି କାର ମୁହାଁମହିଁ ଧକ୍କା ହୋଇଥିଲା । ଦୁଇଟି କାରରେ ଥିବା ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ କାରର ୫ ଜଣ କଲେଜ ଛାତ୍ର ଥିଲେ । ସେମାନେ ପରୀକ୍ଷା ଦେବାକୁ ଯାଉଥିଲେ ହେଲେ କିଏ ଜାଣିଥିଲା ବାଟରେ ମୃତ୍ୟୁ ଜଗିଛି ବୋଲି । ଭୟଙ୍କର ସଡକ ଦୁର୍ଘଟଣାରେ ୭ ଜୀବନଦୀପ ଲିଭିଯାଇଛି ।
ଦ୍ରୁତ ବେଗରେ ଆସୁଥିବା ଏକ କାର ପ୍ରଥମେ ଡିଭାଇଡରରେ ପିଟି ହୋଇ ଅନ୍ୟ ଏକ ଲେନକୁ ଚାଲିଯାଇଥିଲା । ଏହାପରେ ଆଉ ଏକ କାର ସହ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଯେ ଦୁଇଟି କାର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଦୁର୍ଘଟଣା ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ସେତେବେଳକୁ ସମସ୍ତେ ଆଖିବୁଜି ସାରିଥିଲେ । ସମସ୍ତ ମୃତଦେହକୁ ବାଦମାଲିୟା ହାଟି ସରକାରୀ ଡାକ୍ତରଖାନାରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।