ଗଡ଼ମଧୁପୁର,୩୧/୦୧: ଯାଜପୁର ଜିଲ୍ଲା ଚଣ୍ଡିଖୋଲ - ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା। ହାଇୱା ଧକ୍କାରେ ସାଇକେଲ ଆରୋହୀ ମୃତ। ମୃତ ବ୍ୟକ୍ତି ଜଣଙ୍କ ଆରୁହା ପଞ୍ଚାୟତ ନାନପୁର ଗ୍ରାମର ଗଜିଆ ବେହେରା ବୋଲି ଜଣାପଡିଛି।

ଆହୁରି ପଢନ୍ତୁ-ମହିଳା ଚଳାଇବେ ‘ଆମ ବସ୍’; ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ପୁଣେ ଗଲେ ୨୦ ମହିଳା ଡ୍ରାଇଭର

ସୂଚନା ମୁତାବକ, ଗଜିଆ କୌଣସି ଏକ କାର୍ଯ୍ୟ ପାଇଁ ସକାଳ ପ୍ରାୟ ୧୦ଟା ସମୟରେ ଏକ ସାଇକେଲ ଯୋଗେ ଆରୁହା ଯାଉଥିଲେ । ସେହି ସମୟରେ ବରଡ଼ାପଟୁ ଏକ ପଥର ବୋଝେଇ ହାଇୱା ଆସି ହଠାତ ତାଙ୍କ ଉପରେ ମାଡ଼ିଯାଇଥିଲା । କିଛି ବୁଝିବା ପୂର୍ବରୁ ଗଜିଆ ବେହେରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।