କୋଣାର୍କ,୨୮/୧୧ : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ଗାଡି । ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ । ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ବଜାର ବଟେଶ୍ବର ମନ୍ଦିର ସମ୍ମୁଖରେ ଏହି ଘଟଣା ଘଟିଛି। ଶୁକ୍ରବାର ଭୋର୍ ୩ଟା ୩୦ରେ କୋଣାର୍କ କାକଟପୁର ରାସ୍ତା ବାଲିଦୋକାନ ରାସ୍ତା ଦେଇ କ୍ଷୀର ନେଇ ଯାଉଥିଲା। ସେହି ସମୟରେ ଏକ ଘୁଷୁରୀ ଗାଡ଼ି ଆଗକୁ ମାଡି ଆସିବାରୁ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଥିବା ଗାଡି ଚାଳକ ପକ୍ଷରୁ ସୂଚନା ମିଳିଛି।