ରେଢ଼ାଖୋଲ, ୧୯/୧୧: ସମ୍ୱଲପୁର ଜିଲ୍ଲା ୫୫ନଂ ଜାତୀୟ ରାଜପଥର ରେଢ଼ାଖୋଲ ସହରରେ ମର୍ମନ୍ତୁଦ ଦୁର୍ଘଟଣା। ପାଉଁଶ ବୋଝେଇ ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ । ମୃତକ ଜଣକ ସାଧୁ ବାବା ରଜନୀ କାନ୍ତ ବୋଲି ଜଣାପଡିଛି।
ସୂଚନା ମୁତାବକ, ଆଜି ଦିନ ପ୍ରାୟ ୧ଟା ବେଳେ ବାବା ରଜନୀ କାନ୍ତ ତାଙ୍କ ଗାଡିରେ ଭୀମ ଭୋଇ ଛକରୁ ଡାକ୍ତରଖାନା ଛକ ଆଡ଼କୁ ଯାଉଥିଲେ। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ପାଉଁଶ ବୋଝେଇ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାବା ଟ୍ରାକ୍ଟର ଚକା ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି । ତେବେ ରେଢ଼ାଖୋଲରେ ପାଉଁଶ ବୋଝେଇ ଗାଡି ଧକ୍କାରେ ବାରମ୍ବାର ଦୁର୍ଘଟଣା ହେଉଛି। ଯେଉଁଥିରେ ଅନେକ ଧନ ଜୀବନ ନଷ୍ଟ ହେଉଥିବା ବେଳେ ଆଜି ପୁଣି ପାଉଁଶ ବୋଝେଇ ଗାଡି ଧକ୍କାରେ ବାବାଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଉତ୍ୟକ୍ତ ଜନସାଧାରଣ ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।