ଟ୍ରାକ୍ଟର ଦୁର୍ଘଟଣାରେ ୨ ଆହତ

ଜୁନାଗଡ଼ ୨/୧୨(ଆ.ପ୍ର): କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ସ୍ଥିତ ନୂଆ ବସଷ୍ଟାଣ୍ଡ ଠାରେ ଆଜି ରାତ୍ର ୮ ଘଣ୍ଟା ସମୟରେ ଏକ ଟ୍ରାକ୍ଟର ଧକ୍କାରେ ଦୁଇ ଜଣ ଗୁରତର ଆହତ ହୋଇଛନ୍ତି । ଜୁନାଗଡ଼ ପୋଲିସ ଟ୍ରାକ୍ଟରକୁ ଜବତ କରିଛି l ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଭେଜିପଦର ଗ୍ରାମର ସଂଜୀବ ପୁଝାରୀ ଓ ତାଙ୍କ ଭଉଣୀ ସୀମା ପୁଝାରୀ l ଜୁନାଗଡ଼ ପୋଲିସ ଗୁରୁତର ଆହତଙ୍କୁ ପ୍ରଥମେ ଉଦ୍ଧାର କରି ଜୁନାଗଡ଼ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିବା ବେଳେ ସଂଜୀବ ଓ ସୀମାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି ।