ସମ୍ବଲପୁର ୭।୧୦(ବ୍ୟୁରୋ): ଆଜି ରାତି ପ୍ରାୟ ସାଢେ ୯ଟା ସୁଦ୍ଧା ସମ୍ବଲପୁର ସହରର ପାଞ୍ଚଗଛିଆ ନିକଟସ୍ଥ ଏନଏଚରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଡେଇ ହୋଇ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ୨ ଜଣ ହେଲେ ହୀରାକୁଦର ସନ୍ତୋଷ ନାୟକ ଏବଂ ପିୟୁଷ ରାଉତ । ଉଭୟ ବାଇକରେ ହୀରାକୁଦ ପଟୁ ସମ୍ବଲପୁର ଅଇଁଠାପାଲି ପଟକୁ ଜାତୀୟ ରାଜପଥରେ ଦ୍ରୁତ ଗତିରେ ଆସୁଥିଲେ। ଏହି ସମୟରେ ଜଣେ ବୃଦ୍ଧ ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଧକ୍କା ଦେବା ପରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଡେଇ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ବୃଦ୍ଧ ଜଣକ ମଧ୍ୟ ଗଭୀର ଭାବେ ଆହତ ହୋଇଥିବାବେଳେ ତାଙ୍କ ଅବସ୍ଥା ଗୁରୁତର ଅଛି ।

ଜାମିନ୍ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲ...