ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଥାନା ଛକ ଠାରୁ ନଦୀଘାଟ ରାସ୍ତା ଶୋଚନୀୟ

Published By : Suraj Kumar | June 26, 2025 5:55 PM

ହରଭଙ୍ଗା, ୨୬।୬ : ହରଭଙ୍ଗା ଥାନା ଛକ ଠାରୁ ମହାନଦୀ ଘାଟ ରାସ୍ତା ଶୋଚନୀୟ l ଟିକିଏ ବର୍ଷାରେ କାଦୁଅ ପଚ ପଚ l ଏହି ରାସ୍ତା ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବା ବେଳେ ବର୍ତ୍ତମାନ କାଦୁଅ ପାଣିରେ ଭର୍ତ୍ତି l ଏହି ରାସ୍ତା ଦେଇ ପ୍ରତିଦିନ ସାଇ ମନ୍ଦିର, ଶିବ ମନ୍ଦିର ଦର୍ଶନ ସହିତ ମହାନଦୀକୁ ସ୍ନାନ ଶୌଚ ପାଇଁ ଗ୍ରାମବାସୀ ନିର୍ଭର କରନ୍ତି । 

ବର୍ତ୍ତମାନ ବର୍ଷା ଟିକିଏ ହେଲେ ବର୍ଷାରେ ରାସ୍ତା  ଅବସ୍ଥା ବେହାଲ l ଅନ୍ୟ ପଟେ ପ୍ରତିଦିନ ଶହ ଶହ ହାଇଓ୍ବା ଓ ଟ୍ରାକ୍ଟର ରେ ବାଲି ଚାଲାଣ ରାସ୍ତାକୁ ନଷ୍ଟ କରୁଛି l ଉକ୍ତ ରାସ୍ତା ନିର୍ମାଣ ଦିଗରେ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଗ୍ରାମବାସୀ ତରଫରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ହୋଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ସେପଟେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଉକ୍ତ ରାସ୍ତାକୁ ନେଇ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି l ଏଣୁ ଜିଲ୍ଲାପାଳ ଏହି ରାସ୍ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ   ଗ୍ରାମର ପବିତ୍ର ପ୍ରଧାନ, ନନ୍ଦନ ଦେହୁରୀ ପ୍ରମୁଖ ଦାବି କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.