ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାସ୍ତା ନିର୍ମାଣର ମାସେ ପରେ ଉଠିଲା ପିଚୁ, ନିମ୍ନମାନର କାମ ଅଭିଯୋଗ

Published By : Suraj Kumar | July 13, 2025 10:50 PM

ଜହ୍ନlପଙ୍କ, ୧୩/୭: ରାସ୍ତା ନିର୍ମାଣର ମାସେ ପରେ ଉଠିଲା ପିଚୁ। ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନ।ପଙ୍କ-ଖମାରିପଡା ରାସ୍ତାରେ ଏହା ଦେଖିବାକୁ ମିଳିଛି। ତେବେ ନିମ୍ନମାନର ରାସ୍ତା କାମ ହୋଇଥିବା  ଲୋକମାନେ ଅଭିଯୋଗ କରିଛନ୍ତି।

ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନ।ପଙ୍କ-ଖମାରିପଡା ରାସ୍ତା ଉପରେ ଆଖପାଖ ୬ ଟି ପଂଚାୟତର ପ୍ରାୟ ୪୦ ହଜାର ଲୋକ ଯାତାୟତ କରିଥାନ୍ତି। ରାସ୍ତାର ଗୁରୁତ୍ୱକୁ ଉପଲବ୍ଧି କରି ଏହି ରାସ୍ତାର ଉନ୍ନତିକରଣ କରିଥିଲେ। ରାସ୍ତା ନିର୍ମାଣ ସରିଲା। ହେଲେ କମିରା ଓ ଦାମୋଦରପୁର ମଝିରେ ଥିବା ଜାମୁନାଳ ପୋଲ କାମ ବିଳମ୍ବରେ ସରିଲା। ତେବେ ୨୦୨୩ ମସିହାରେ ଏହି ପୋଲ ଦେଇ ଯାତାୟତ ହୋଇଥିଲା। କିନ୍ତୁ ପୋଲର ସୁରକ୍ଷା ବାଡ ଓ  ଉଭୟ ପାର୍ଶ୍ୱ ସଂଯୋଗୀକରଣ ରାସ୍ତା ହୋଇନଥିଲା।ଗତ ମେ ମାସରେ ଏହାର ନିର୍ମାଣ କାମ ସରିଛି। ତେବେ ନିମ୍ନମାନର କାମ ଯୋଗୁଁ ନିର୍ମାଣର ମାସେ ପରେ ପିଚୁ ଉଠି ଯାଇ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତା ଦେଇ ପ୍ରତିଦିନ ଏକ ସରକାରୀ ଓ ବେସରକାରୀ ବସ ଚଳାଚଳ କରୁଛି। ପ୍ରତ୍ୟେହ ଏହି ରାସ୍ତା ଦେଇ ଲୋକମାନେ ବଘିଆପଡା, ମୁଣ୍ଡାପଡା, ଖଜୁରୀପଡା ସାପ୍ତାହିକ ହାଟକୁ ଯାଇଥାନ୍ତି। ଏହା ସହିତ ଛାତ୍ର ଛାତ୍ରୀମାନେ ଜହ୍ନ।ପଙ୍କ କଲେଜକୁ ଯାଇଥାନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ପଞ୍ଚାନନ ସାହୁଙ୍କୁ ଯୋଗାଯୋଗ କରିବାରୁ ସମ୍ପୃକ୍ତ ଠିକାଦାରଙ୍କୁ ମରାମତି ପାଇଁ ନିର୍ଦେଶ ଦିଆଯାଇଛି ବୋଲି କହିଥିଲେ। ତୁରନ୍ତ ଏହାର ମରାମତି ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.