ବାଉଁଶୁଣୀ,୧୪/୦୭: ସୋମବାର ଦିନ ୧୧ଟାରେ ବାଉଁଶୁଣୀ ଠାରେ ବାଉଁଶୁଣୀ-ଶଗଡା ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତିକରଣ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବର ଦଖଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା, ରାଜସ୍ୱ ସୁପର ଭାଇଜର ହମିଦ୍ ମଲ୍ଲିକ, ବାଉଁଶୁଣୀ ରାଜସ୍ୱ ନିରୀକ୍ଷକ ସୋନାଲି ମୋନିକା ବିଶୀ, ଗୁନ୍ଦୁଳିଆ ରାଜସ୍ଵ ନିରିକ୍ଷକ ସୁଜିତ ସାହୁ, ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ, ବାଉଁଶୁଣୀ ପୁଲିସ ସହ ବୌଦ୍ଧରୁ ଯାଇଥିବା ଏକ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଜବର ଦଖଲ ଚିହ୍ନଟ ପ୍ରକ୍ରିୟା ଚାଲିଛି । ଆଜି ଉକ୍ତ ପ୍ରକ୍ରିୟା ବାଉଁଶୁଣୀ ବୌଦିୟା ପଡା ସ୍କୁଲ ନିକଟରୁ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବାଉଁଶୁଣୀ ଛକ ଦେଇ ଗୁନ୍ଦୁଲିଆ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସ...