ମହିଳା କନେଷ୍ଟବଳଙ୍କ ଘରୁ ସ୍ପଷ୍ଟ ଦିବାଲୋକରେ ଲୁଟ୍ – ଦୁର୍ବୃତ୍ତ ଲୁଟି ନେଲେ ୫ଲକ୍ଷ ଟଙ୍କାର ସୁନା, ରୁପା ଗହଣା ଓ ନଗଦ ଟଙ୍କା

Representative image
ଛତ୍ରପୁର – ଛତ୍ରପୁର ଥାନା ଦେବୀନଗର ଡାଲଡାମିଲ ମଧ୍ୟରେ ରହୁଥିବା ଚମାଖଣ୍ଡି ଥାନାରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ନକ୍ଷତ୍ରମାଳା ସାହୁଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଚୋରମାନେ କଳାକନା ବୁଲାଇଛନ୍ତି । ଘର ପଛପଟୁ ଦିନ ୧୨ଟା ବେଳେ ଗ୍ରିଲ ଭାଙ୍ଗିବା ସହ ସିସିଟିଭି ଭାଙ୍ଗି ଘରେ ପଶି ଗଡରେଜ୍ ଭାଙ୍ଗି ସୁନା ଅଳଙ୍କାର ୯୦ ଗ୍ରାମ , ୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ,ରୁପା ଅଳଙ୍କାର ୧ କେଜି ୫୦ ହଜାର ଟଙ୍କା ଏବଂ ନଗଦ ୫୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ।
ଏହାର ମୂଲ୍ୟ ୫ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଏତଲା ଦେଇଛନ୍ତି ନକ୍ଷତ୍ର ସାହୁ । ଏହାସହ ଚୋର ମାନେ କିଛି ମୂଲ୍ୟବାନ ଆସବାବ ମଧ୍ୟ ଚୋରି କରି ନେବା ସହ ସିସିଟିଭିର ହାର୍ଡଡିସ୍କଟି ନେଇ ଯାଇଛନ୍ତି l ଛତ୍ରପୁର ଥାନାରେ ଏ ସମ୍ପର୍କରେ କେସ୍ ରୁଜୁ ହେବା ସହ ତଦନ୍ତ ଚାଲିଥିବା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି l
ସ୍ପଷ୍ଟ ଦିବା ଲୋକରେ ଏହିପରି ଚୋରି ପୁଣି ପୁଲିସ କନେଷ୍ଟବଳଙ୍କ ଘରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି l ସୂଚନା ଯୋଗ୍ୟ କନେଷ୍ଟବଳ ନକ୍ଷତ୍ର ସାହୁଙ୍କ ଘରେ ଚାବି ପକାଇ ଚମାଖଣ୍ଡି ଥାନାରେ ଡ୍ୟୁଟିକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତ ମାନେ ମହିଳା କନଷ୍ଟେବଳଙ୍କ ଘରୁ କଳା କନା ବୁଲାଇଛନ୍ତି।