ପ୍ରମୂଖ ଖବର
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଡକାୟତି ଯୋଜନା ଉଦ୍ୟମ ପଣ୍ଡ , ୮ ଗିରଫ

Published By : Gurupada Nath | February 14, 2025 4:31 PM

ରାଜଗାଙ୍ଗପୁର, ୧୪/୨ : ରାଜଗାଙ୍ଗପୁର ମିଶନ ହତା ଅଞ୍ଚଳର ଜିଏଲ ଚର୍ଚ୍ଚସ୍ଥିତ ନିଛାଟିଆ ପଡ଼ିଆରେ ରାତି ଅଧିଆ ଡକାୟତି ପାଇଁ ଯୋଜନା କରୁଥିବାବେଳେ ପୁଲିସ ଚଢ଼ଉ କରି ୮ ଜଣଙ୍କୁ ଗିରଫ କରିଛି । ପୋଲିସ ସୂଚନା ମୁତାବକ ଗୁରୁବାର  ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା  ସମୟରେ   ସହରର ମିଶନ ହତାର ନିଛାଟିଆ ପଡିଆରେ କିଛି ଅସାମାଜିକ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ରୁଣ୍ଡ ହୋଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ । ସୂଚନାପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଦଳବଳ ସହ ଚଢଉ କରିଥିଲା । 

ପୋଲିସକୁ ଦେଖି ଦୁର୍ବୁତ୍ତମାନେ ଫେରାର ହେବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଗୋଡାଇ ଗୋଡାଇ ଧରିଥିଲା। ଚଢ଼ଉରେ ରାଜଗାଙ୍ଗପୁର ଥାନା ମିଶନ ହତା ଅଞ୍ଚର ଏମ.ଡି ଗୋଲଡେନ ( ୨୬),  ଲଖୁଆ ପଡାର  ମୁକେଶ ଲାହେରି(୨୨), ବିକାଶ ସଙ୍ଖାରୀ(୨୩) , ଇସଲାମ ଚୌକର ଏମ.ଡି ରେହେମାନ (୨୬), ଇଦଗା ମହଲ୍ଲାର ଏମ.ଡି ଇମରାନ ଅନସାରୀ (୨୨), ବଗିଚାପଡାର ବିଶାଳ ଶାହା(୨୨), ଶୁଭମ ସାହୁ (୨୬)ସହ ତାଲକି ପଡାର ରଘୁବୀର ସିଂ (୨୩)ଙ୍କୁ ପୋଲିସ ଧରିଥିଲା। 

ତଲାସୀ ପରେ ପୋଲିସ ସେମାନଙ୍କ ନିକଟରୁ  ଛୋଟ ଖଣ୍ଡା, ଭୁଜାଲି,  ଛୁରୀ,  ଲୁହା ରଡ, ମୁଖା, ଲଙ୍କା ପାଉଡର, ଟର୍ଚ୍ଚ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ପୋଲିସର ପଚରାଉଚରା ସମୟରେ ସେମାନେ ସହରର ବ୍ୟବସାୟିକ ପ୍ରତିଷ୍ଠାନ, ଘର, ପେଟ୍ରୋଲ ପମ୍ପରେ ଡକାୟତି କରିବାର ଯୋଜନା କରୁଥିବା ନେଇ ସ୍ୱୀକାର କରିଥିଲେ। ରାଜଗାଙ୍ଗପୁର   ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ  ନାମରେ ପୂର୍ବରୁ   ରାଜଗାଙ୍ଗପୁର ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ପ୍ରଦାନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.