PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପୁଲିସ ଥାଇ ଲୁଟ୍‌, ଟ୍ରାଫିକରେ ଫସି​ଲେ ସହରବାସୀ

ଭୁବନେଶ୍ୱର,୭/୧୦ : ଚାରିଆଡ଼େ ପୁଲିସ କର୍ମଚାରୀ । କିଏ ସାଧା ବେଶରେ ତ’ ପୁଣି ଆଉ କିଏ ଖାକିରେ । ଥାନା, ଫାଣ୍ଡି ଓ ଅଫିସ୍‌ କାମ ଛାଡ଼ି ସହରକୁ ଘେରି ରହିଥିଲେ ପାଖାପାଖି ୩୨ ପ୍ଲାଟୁନ୍‌ ପୁଲିସ୍‌ । ଏହା ବାଦ୍‌ ୨୦୦ ଜଣ ବରିଷ୍ଠ ଅଧିକାରୀଙ୍କ ତୁହାକୁ ତୁହା ବିଟ୍‌ ପାଟ୍ରୋଲିଂ । ଖାସ୍‌ କରି ପୂଜା ବଜାର ପାଇଁ ଏମିତି ପ୍ରସ୍ତୁତ ହୋଇଥିଲା କମିଶନରେଟ ପୁଲିସ୍‌ । ବିଭିନ୍ନ ଦୁର୍ଗା ମଣ୍ଡପରେ ସିସିଟିଭି ଖଞ୍ଜି ଚୋର, ଖଣ୍ଟଙ୍କ ଉପରେ ନଜର ରଖୁଥିଲା । ବନ୍ଧୁକଧାରୀ ପୁଲିସ୍‌ ବି ଜଗିଥିଲେ । ତଥାପି ପୁଲିସ୍‌ ଆଖିରେ ଧୂଳି ଦେଇ ଲୁଟେରା ସେମାନଙ୍କ କମାଲ୍‌ ଦେଖାଇଦେଲେ । ଯଦିଓ ପୁଲିସ କେତେକ କ୍ଷେତ୍ରରେ ସଫଳତା ପାଇଛି, କିନ୍ତୁ ଅଧିକାଂଶ ଘଟଣାରେ ଖାଲି ହାତରେ ବସିଛି । ଭୁବନେଶ୍ୱର ବଡ଼ ବଡ଼ ୮ ଟି ମଣ୍ଡପରୁ ୭୦ରୁ ଅଧିକ ମୋବାଇଲ୍‌, ୧୪ରୁ ଅଧିକ ସୁନା ଚେନ୍‌, ୨୫ ବାଇକ୍‌ ଓ ୩୧ ଜଣଙ୍କ ମନିପର୍ସ ଚୋରି ହୋଇଛି । ତା’ଛଡ଼ା କଥା କଥାରେ ମାରପିଟ୍‌ ଲାଗି  ପୂଜା ବଜାରରେ ଅଶାନ୍ତ ହୋଇ ଉଠିଥିଲା ।

କେଉଁଠୁ କେତେ ଲୁଟ୍‌

ନବମୀରେ ବାଲିଅନ୍ତାର ବିମଳା ମହାପାତ୍ର ନାମ୍ନୀ ମହିଳା ବରମୁଣ୍ଡା ପୂଜା ମଣ୍ଡପ ବୁଲିବାକୁ ଆସିଥିବାବେଳେ ତାଙ୍କର ଭରିଏ ଓଜନର ସୁନା ଚେନ୍‌ , ନିଳାଦ୍ରି ବିହାରର ସ୍ୱର୍ଣ୍ଣପ୍ରଭା ଜେନା ନାମକ ଜଣେ ଯୁବତୀଙ୍କ ସୁନା ଚେନ୍‌, ନିଳାଦ୍ରି ବିହାର ମଣ୍ଡପ ପାଖରେ ବାରଙ୍ଗର ମଞ୍ଜୁଲତା କୁଣ୍ଡ ଓ ହାଉସିଂବୋର୍ଡ ପୂଜା ମଣ୍ଡପକୁ ଚାଲିଚାଲି ଯାଉଥିବା ପଣ୍ଡାପାର୍କ ବସ୍ତିର କାମନି ବରୁଆ ଚେନ୍‌କୁ ଦୁଇ ଜଣ ବାଇକରେ ଆସି ଲୁଟ୍‌ କରି ନେଇ ଯାଇଥିଲେ । ନିଳାଦ୍ରି ବିହାର ମଣ୍ଡପ ପାଖରେ ପ୍ରକାଶ ମହାକୁଡ଼ ଓ ଡମଣା ପୂଜା ମଣ୍ଡପ ପାଖରେ ସମ୍ବିତ ଲେଙ୍କାଙ୍କ ପର୍ସକୁ କେହି ଲୁଟି ନେଇଥିଲେ । ସେହିପରି ରସୁଲଗଡ଼ ମଣ୍ଡପରେ ମେଲୋଡି  ଦେଖିବାକୁ ଆସିଥବା ସାରଦା ବେହେରାଙ୍କ ବାଇକକୁ କେହି ଦୁର୍ବୃତ୍ତ ନେଇ ପଳାଇଛି । ଏମାନେ ସମସ୍ତେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ସେହିଭଳି ନୂଆପଲ୍ଲୀ ଥାନା ଅଞ୍ଚଳରେ ୩ଟି ସୁନା ଚେନ, ସହିଦ୍‌ନଗର ଥାନା ଅଞ୍ଚଳରୁ୫ଟି ସୁନା ଚେନ୍‌ ଓ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୪ଟି ସୁନା ଚେନ୍‌, ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ୨ଟି ସୁନା ଚେନ୍‌ ଓ ବଡ଼ଗଡ଼ ଥାନା ଅଞ୍ଚଳରୁ ୩ଟି ବାଇକ୍‌ ଲୁଟି ନେଇଛନ୍ତି ।

ଡିସିପିଙ୍କ ନିର୍ଦ୍ଦେଶ ମାନିଲେନି

ପୂଜା ସମୟରେ ସହର ଭିତରେ ଭାରୀ ଯାନ ପ୍ରବେଶ କରିବ ନାହିଁ କି ୬୫ ଡେସିବଲ୍‌ ଠାରୁ ଅଧିକ ଶଦ୍ଦରେ ଡିଜି ବାଜିବ ନାହିଁ । ପୂଜା ପୂର୍ବରୁ ଏମିତି କଡ଼ା ନିର୍ଦ୍ଦେଶ ଦେଇଥିଲେ ଡିସିପି ପ୍ରତୀକ ସିଂ । ଏମିତି କି ଭାରୀ ଯାନ କେଉଁ ରାସ୍ତାରେ କେଉଁ ସମୟରେ ଯିବ ତା’ ମଧ୍ୟ ପ୍ରସ୍ତୁତ କରାଗଲା । ହେଲେ ସବୁ ନିର୍ଦ୍ଦେଶ ପାଣି ଫାଟିଗଲା । ଭାରୀ ଯାନ ମନଇଚ୍ଛା ତା’ ବାଟରେ ଗଲା । ୬୫ ଡେସିବଲ୍‌ ବଦଳରେ ଡିଜେ ବାଜିଲା ୧୦୦ରୁ ଅଧିକ ଡେସିବଲରେ । ଲୋକଙ୍କ ଛାତିକୁ ଦୁଲୁକେଇ ପକାଉଥିଲା । ଏ ସବୁ ଦେଖି ପୁଲିସ୍‌ ଚୁପ୍‌ ରହିଥିଲା । ସେହିଭଳି ଟ୍ରାଫିକ୍‌ ଜାମ୍‌ ଯୋଗୁ ରାସ୍ତା ଉପରେ ଲୋକେ ଘଣ୍ଟା ଘଣ୍ଟା ଫସି ରହିଲେ ।

ଜମିଲା ଚୋରା ମଦ ବେପାର

ଭସାଣି ଦିନ ସହରର ସବୁ ମଦ ଦୋକାନରେ ତାଲା ପଡ଼ିଥିଲା । ହେଲେ ଚୋରା ମଦ ବେପାରୀମାନେ ସହରର ଗଳିକନ୍ଦିରେ ବେପାର କରି ମାଲେମାଲ୍‌ ହୋଇଥିଲେ । ମଦ ବୋତଲ (ନିବ୍‌) ପିଛା ଚୋରା ବେପାରୀମାନେ ୭୦ ରୁ ୮୦ ଟଙ୍କା ଲାଭ କରୁଥିଲେ । ହେଲେ ପୁଲିସ୍‌ ଜାଣି ନ ଜାଣିବା ଭଳି ରହିଥିଲା । ମଞ୍ଚେଶ୍ୱର ଥାନା ପଳାଶୁଣିରେ ଥିବା ସରକାରୀ ମଦ ଦୋକାନ ପାଖରେ ୨୪ ଘଣ୍ଟା ଚୋରାରେ ମଦ ବିକ୍ରି ହୋଇଥିଲା । କ୍ୟାପିଟାଲ୍‌ ଥାନା ଅନ୍ତର୍ଗତ ଫାଳିକିଆ ବସ୍ତି, ଆଇଗିଣିଆ, ତମାଣ୍ଡୋ, ପଟିଆ, ଶିରିପୁର, ଡମଣା, କେଦାର ପଲ୍ଳୀ, ସାମନ୍ତରାପୁର, ଜୟଦେବ ବିହାର ଛକ ବେହେରା ଢାବା, ନୂଆପଲ୍ଲୀ ଥାନା ସାଲିଆ ସାହି, ଖଣ୍ଡଗିରି ଥାନା ଭରତପୁର, ଚନ୍ଦ୍ରଶେଖରପୁର ଥାନା ଡମଣା ଛକରେ ଚୋରା ମଦ ବେପାର ଜମିଥିଲା । ସବୁଠାରୁ ବଡ଼ କଥା ହେଲା କଟକ ରୋଡ୍‌ରେ ଚୋରମଦ ବେପାର ଅଧିକ ଥିଲା ।  ହେଲେ ପୁଲିସ୍‌ ସବୁ ଦେଖି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ।

ସମ୍ବନ୍ଧିତ ଖବର