PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ରବର୍ଟ ଭଦ୍ରାଙ୍କର କମ୍ପାନୀ ଲାଇସେନ୍ସ ରଦ୍ଦ

www.livehindustan.com

ଗୁରୁଗ୍ରାମ : ହରିଆଣା ସରକାର ରବର୍ଟ ଭଦ୍ରାଙ୍କର ଏକ ପ୍ରୋଜେକ୍ଟର ଲାଇସେନ୍ସକୁ ରଦ୍ଦ କରି ଦେଇଛି। କ୍ଷମତାକୁ ଆସିବାର ୮ବର୍ଷ ପରେ ବିଜେପି ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେପି ସରକାର ଗୁରୁଗ୍ରାମରେ ତିଆରି ହେଉଥିବା ସ୍କାଇଲାଇଟ୍‌ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡର ରିୟଲ ଏଷ୍ଟେଟ୍‌ ଲାଇସେନ୍ସକୁ ରଦ୍ଦ କରି ଦେଇଛି। ୨୦୦୮ରେ ଯେବେ ହରିଆଣାରେ କଂଗ୍ରେସ ସରକାର ଥିଲା , ରବର୍ଟ ଭଦ୍ରାଙ୍କୁ ଏହି ଲାଇସେନ୍ସ ଦିଆଯାଇ ଥିଲା। ଏବେ ଟାଉନ ଆଣ୍ଟ କଣ୍ଟ୍ରି ପ୍ଲାନିଂ, ହରିଆଣାର ଡାଇରେକ୍ଟରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

୨୦୧୨ ମସିହାରେ ସ୍କାଇ ଲାଇଟ୍‌ କମର୍ସଲ କଲୋନୀ କରିବାର ଏହି ଲାଇସେନ୍ସ ଡିଏଲଏଫ୍‌କୁ ଟ୍ରାନ୍ସଫର କରି ଦେଇଥିଲେ। ରିୟଲ ଏଷ୍ଟେଟ ଡେଭଲପମେଣ୍ଟ ଲାଇସେନ୍ସରୁ କାହାକୁ ରେସିଡେଣ୍ଟାଲ , କମର୍ସଲ ବା ଇଣ୍ଡଷ୍ଟ୍ରିଆଲ କଲୋନୀ ତିଆରି କରିବାର ଅଧିକାର ମିଳିଯାଏ। ୨୦୧୨ରେ ଏକ ଲ୍ୟାଣ୍ଡ ଡିଲ୍‌ ବହୁତ ବିବାଦରେ ଥିଲା । ଆଇଏଏସ୍ ଅଶୋକ ଖେମକା ସ୍କାଇ ଲାଇଟ୍‌ର ୩.୩୫ ଏକରର ମ୍ୟୁଟେସନକୁ ରଦ୍ଦ କରି ଦେଇଥିଲେ। ଏହି ସମୟରେ ସେ ଚକବନ୍ଦୀ ବିଭାଗର ମହାନିର୍ଦ୍ଦେଶକ ଥିଲେ । ଏହାପରେ ଏହି ମାମଲା ଚର୍ଚ୍ଚାରେ ଥିଲା ।

ଉଲ୍ଲେଖନୀୟ ଯେ ହରିଆଣାରେ ୨୦୧୪ରେ ଯେବେ ବିଜେପି ସରକାର ଆସିଲା , ହୁଡ୍ଡା ସରକାର ପକ୍ଷରୁ ରବର୍ଟ ଭଦ୍ରାଙ୍କର କମ୍ପାନୀକୁ ଦିଆ ଯାଇଥିବା ଲାଇସେନ୍ସରୁ ସିଜ୍ ହୋଇଥିଲା । ଏବେ ବିଭାଗ ଲାଇସେନ୍ସକୁ ରଦ୍ଦ କରି ଦେଇଛି ।

ସମ୍ବନ୍ଧିତ ଖବର