ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଦିଲ୍ଲୀର ଏକ ରାସ୍ତାକଡ଼ ବସ୍ତିରେ ଅଗ୍ନିକାଣ୍ଡ, ୨ ଜଣ ଜୀବନ୍ତ ଦଗ୍ଧ...

Published By : Ladu Kishor | April 27, 2025 5:11 PM

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ସେକ୍ଟର ୧୭ରେ ଥିବା ଶ୍ରୀ ନିକେତନ ଆପାର୍ଟମେଣ୍ଟ ନିକଟରେ ଥିବା ଏକ ରାସ୍ତାକଡ ବସ୍ତିରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର ଖବର ପାଇବା ମାତ୍ରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଗଲା। ଘଟଣା ବିଷୟରେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଯାହା ପରେ ୨୦ଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ବହୁତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସନ୍ଧାନ ସମୟରେ, ଦୁଇଟି ମୃତ ଦେହ ଉଦ୍ଧାର କରାଯାଇଥିଲା, ଯାହାକୁ ପୋଲିସ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ରୋହିଣୀର ସେକ୍ଟର ୧୭ରେ ଶ୍ରୀ ନିକେତନ ଆପାର୍ଟମେଣ୍ଟ ନିକଟରେ ଅନେକ ବସ୍ତି ଅଛି, ଯେଉଁଠାରେ ଶହ ଶହ ଲୋକ ରୁହନ୍ତି। ରବିବାର ସକାଳେ ଏଠାରେ ହଠାତ୍ ନିଆଁ ଲାଗିଯାଇଥିଲା। ଗୋଟିଏ ବସ୍ତିରେ ଲାଗିଥିବା ନିଆଁ କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା ଏବଂ ତା’ପରେ ଅନେକ ବସ୍ତି ନିଆଁ କବଳକୁ ଆସିଗଲା। ନିଆଁ ଦେଖି ବସ୍ତି ବାସିନ୍ଦା ମାନେ କୌଣସି ପ୍ରକାରେ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଥିଲେ। ଏହା ପରେ, ଘଟଣା ବିଷୟରେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.