୩ୟ ଦିନିକିଆ ଜାରି: ରୋହିତ ଓ ଗିଲ୍ଙ୍କ ପ୍ରହାରରେ ବେହାଲ୍ ନ୍ୟୁଜିଲାଣ୍ଡ ବୋଲର, ଭାରତ ୨୬ ଓଭରରେ ୨୧୨/୦

ଇନ୍ଦୋର ୨୪/ ୦୧: ତ୍ରାହି ପାଉନାହାନ୍ତି କୌଣସି ବୋଲର । ରୋହିତ ଶର୍ମା ଏବଂ ଶୁଭମାନ ଗିଲ୍ଙ୍କ ବିସ୍ଫୋରକ ବ୍ୟାଟିଂର ମନୋରଞ୍ଜନ ନେଉଛନ୍ତି ଦର୍ଶକ । ନ୍ୟୁଜିଲାଣ୍ଡର କୌଣସି ଜଣେ ବି ବୋଲର ସଫଳ ସାବ୍ୟସ୍ତ ହେଉନାହାନ୍ତି । ଇନ୍ଦୋରରେ ଜାରି ରହିଥିବା ତୃତୀୟ ଦିନିକିଆରେ ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଉଭୟ ଶତକ ହାସଲ କରିଛନ୍ତି । ବିନା କୌଣସି ଓ୍ବିକେଟ୍ ହରାଇ ଭାରତ ବଡ ସ୍କୋର ଅଭିମୁଖେ ଅଗ୍ରସର ହେଉଛି । ରୋହିତ ଶର୍ମା ୧୦୧ ରନ କରି ଅପରାଜିତ ଥିବା ବେଳେ ଶୁବମାନ ଗିଲ୍ ୧୦୩ ରନ କରି ବ୍ୟାଟିଂ କରୁଛନ୍ତି । ରିପୋର୍ଟ ଲେଖା ହେବା ସୁଦ୍ଧା ଭାରତ ୨୬ ଓଭରରେ ୨୧୨ ରନ କରି ବ୍ୟାଟିଂ କରୁଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଜକୋବ ଡଫି ୪ ଓଭରରେ ୪୨ରନ ଦେଇଥିବା ବେଳେ ଲୁକି ଫର୍ଗ୍ୟୁସନ୍ ୬ ଓଭରରେ ୩୬ରନ, ବ୍ଲେୟର୍ ଟିକନର୍ ୫ ଓଭରରେ ୩୧ରନ, ମିଚେଲ୍ ସାଣ୍ଟନର ୫ ଓଭରରେ ୩୯ରନ, ଡାରିଲ ମିଚେଲ ୪ ଓଭରରେ ୪୧ରନ ଓ ମିଚେଲ ବ୍ରେସଓ୍ବେଲ ୨ ଓଭରରେ ୧୯ରନ କରିଛନ୍ତି ।
𝗖𝗘𝗡𝗧𝗨𝗥𝗬! 🔥
— BCCI (@BCCI) January 24, 2023
Talk about leading from the front! 🙌🏻
A magnificent century from #TeamIndia captain @ImRo45 💯
Follow the match ▶️ https://t.co/ojTz5RqWZf…#INDvNZ | @mastercardindia pic.twitter.com/iR3IJH3TdB
CENTURY number 4️⃣ in ODI cricket for @ShubmanGill!
— BCCI (@BCCI) January 24, 2023
The #TeamIndia opener is in supreme form with the bat 👌👌
Follow the match ▶️ https://t.co/ojTz5RqWZf…#INDvNZ | @mastercardindia pic.twitter.com/OhUp42xhIH