PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସୁରକ୍ଷା ବଳୟ ଭାଙ୍ଗି ପଡିଆ ଭିତରେ ପଶିଲେ ଫ୍ୟାନ୍, ରୋହିତ ଶର୍ମାଙ୍କ ଗୋଡ଼ ତଳେ ପଡ଼ିଗଲେ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୮ ଓ୍ବିକେଟ୍‌ରେ ଜିତିଛି। ଏକ ଲୋ ସ୍କୋରିଂ ଗେମ୍‌ରେ ଏଭଳି ଅନେକ କ୍ଷଣ ଆସିଥିଲା, ଯେଉଁଠି ଫ୍ୟାନ୍‌ଙ୍କୁ ଖୁବ୍ ମଜା ଆସିଥିଲା। କନ୍ତୁ ଥିରୁଅନନ୍ତପୁରମ୍‌ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ବେଳେ ଜଣେ ଫ୍ୟାନ୍‌ ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ପଡିଆ ଭିତରକୁ ପଶି ଆସିଥିଲେ। ଏହି ଫ୍ୟାନ୍‌ ଜଣକ ଟିମ୍‌ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କ ପାଦ ଛୁଇଁ ଦେଇଥିଲେ।

ପ୍ରଥମ ଟି-୨୦ ରେ ଟିମ୍‌ ଇଣ୍ଡିଆ ଯେତେବେଳେ ଫିଲ୍ଡିଂ କରୁଥିଲା, ସେତେବେଳେ ଜଣେ ଫ୍ୟାନ୍‌ ସୁରକ୍ଷା ବଳୟ ଭାଙ୍ଗି ପଡିଆ ଭିତରକୁ ପଶି ଆସିଥିଲେ। ସେଠାରେ ଜଣେ ଫ୍ୟାନ୍ ସିଧା ସଳଖ ରୋହିତ ଶର୍ମାଙ୍କ ପାଖକୁ ଯାଇଥିଲେ ଓ ତାଙ୍କ ପାଦ ତଳେ ପଡିଯାଇଥିଲେ। ଏହାପରେ ଫ୍ୟାନ୍‌ମାନେ ରୋହିତ ଶର୍ମାଙ୍କ ସହିତ ସେଲଫି ନେବାର ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଏହି ଫ୍ୟାନ୍‌ଙ୍କୁ ବାହାର କରାଯାଇଥିଲା।

ଥିରୁଅନନ୍ତପୁରମ୍‌ରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୦୬ ରନ୍‌ର ସ୍କୋର କରିଥିଲା। ଭାରତ ପକ୍ଷରୁ ଅର୍ଶଦ୍ବୀପ ସିଂହ ଏହି ମ୍ୟାଚ୍‌ରେ ୩ ଓ୍ବିକେଟ୍‌ ନେଇଥିଲେ। ସେ ନିଜର ପ୍ରଥମ ଓଭରରେ ଆଫ୍ରିକାର ଟପ୍‌ ବ୍ୟାଟସମ୍ୟାନ୍‌ଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ। ମାତ୍ର ୯ ରନ୍‌ ସ୍କୋରରେ ୫ ଓ୍ବିକେଟ ହରାଇବା ପରେ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ଫେରି ପାରିନଥିଲେ। କିଛି ବ୍ୟାଟସମ୍ୟାନ୍‌ ଜୋର ଦେଖାଇଥିଲେ, ସେଥିପାଇଁ ଟିମ୍‌ ୧୦୬ ରନ୍‌ର ସ୍କୋର ପର୍ଯ୍ୟନ୍ତ ପହଁଞ୍ଚି ପାରିଥିଲା।

ଯେତେବେଳେ ଟିମ୍‌ ଇଣ୍ଡିଆର ବ୍ୟାଟିଂ କରିବା ପାଳି ଆସିଥିଲା ରୋହିତ ଶର୍ମା ଓ ବିରାଟ କୋହଲି ଆଉଟ ହେବାପରେ ଭାରତକୁ ଶୀଘ୍ର ଝଟକା ଲାଗିଥିଲା। ପରେ ସୂର୍ଯ୍ୟକୁମାର ଯାଦବ ଓ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଟିମ୍‌ ଇଣ୍ଡିଆକୁ ଜିତାଇବା ସହଜ କରିଦେଇଥିଲା। ଭାରତ ୨୦ଟି ବଲ୍‌ ଶେଷ ହେବା ପୂର୍ବରୁ ଏହି ମ୍ୟାଚ୍‌ରେ ୮ ଓ୍ବିକେଟ୍‌ରେ ଜିତିଥିଲା। ଟିମ୍ ଇଣ୍ଡିଆ ତିନୋଟି ମ୍ୟାଚ୍‌ର ଟି-୨୦ ସିରିଜ୍‌ରେ ଏବେ ୧-୦ ରେ ଆଗୁଆ ରହିଛି।