ପ୍ରମୁଖ ଖବର
  • ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା
  • ||
  • ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ୫୫୪ଟି ଅମୃତ ଭାରତ ଷ୍ଟେସନ୍ ଶିଳାନ୍ୟାସ
  • ||
  • ଭୁବନେଶ୍ଵର : ୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ
  • ||
  • ପାରାଦୀପ ବନ୍ଦରରୁ କଂଟେନର୍ ଏକ୍‌ଜିମ୍‌ ସେବା ଆରମ୍ଭ, ପଣ୍ୟ ପରିବହନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ
  • ||
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଟି-୨୦ ବିଶ୍ବକପ୍‌ ୨୦୨୨ ପାଇଁ ଗସ୍ତ ଆରମ୍ଭ କଲେ ରୋହିତ, ବିରାଟଙ୍କ ସମେତ ୧୪ ଜଣ ଭାରତୀୟ ଖେଳାଳି; ଫଟୋ ସେୟାର କଲା ବିସିସିଆଇ

ନୂଆଦିଲ୍ଲୀ,୦୬/୧୦: ଅକ୍ଟୋବର ୧୬ରେ ବାଜିବ ଟି-୨୦ ବିଶ୍ବକପ୍‌ର ବିଗୁଲ। ନିଜର ସମସ୍ତ ପ୍ରସ୍ତୁତିକୁ ସାରି ସବୁ ଟିମ୍‌ ଏବେ ଅଷ୍ଟ୍ରେଲିଆ ମାଟିରେ ପହଞ୍ଚୁଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍‌ ଗୁରୁବାର ସକାଳୁ ସକଳୁ ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିିଛି। ବିସିସିଆଇ ପକ୍ଷରୁ ଏନେଇ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ସୂଚନା ଦିଆଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ବାରା ଜାରି କରାଯାଇଥିବା ଏହି ଫଟୋରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହିତ ଭାରତୀୟ ଦଳର ୧୪ଜଣ ଖେଳାଳୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଫଟୋରେ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଫଟୋରେ ସମସ୍ତେ ବ୍ଳେଜର ପିନ୍ଧିଥିବା ନଜର ଆସିଛନ୍ତି। 

wp:html /wp:html

ଦଳରେ ୧୫ନମ୍ବର ସ୍ଥାନରେ ଜସ୍‌ପ୍ରିତ ବୁମ୍‌ରାହ ରହିଥିଲେ, କିନ୍ତୁ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ବୁମ୍‌ରାହଙ୍କ ପିଠିରେ ଆଘାତ ଲାଗିବା କାରଣରୁ ଦଳରୁ ବାଦ୍‌ ପଡ଼ିଥିଲେ। ବିସିସିଆଇ ବର୍ତ୍ତମାନ ସୁଦ୍ଧା ବୁମରାହଙ୍କ ବଦଳରେ କିଏ ଖେଳିବେ ସେନେଇ କୌଣସି ଘୋଷଣା କରିନଥିବାରୁ, ଫଟୋରେ ୧୫ଜଣଙ୍କ ବଦଳରେ ୧୪ଜଣ ଖେଳାଳୀଙ୍କୁ ଦେଖିବାକୁ ମିଳିଥିଲା। ଷ୍ଟାଣ୍ଡବାୟରେ ବିସିସିଆଇ ଶ୍ରେୟସ ଆୟର ଓ ମହମ୍ମଦ ସାମୀଙ୍କ ବଦଳରେ ଦୀପକ ଚହରଙ୍କୁ ରଖିଛନ୍ତି।

ଟି-୨୦ ବିଶ୍ବକପରେ ଭାରତୀୟ ଖେଳାଳୀ: ରୋହିତ୍‌ ଶର୍ମା(ଅଧିନାୟକ), କେ.ଏଲ. ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଆର.ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଅକ୍ଷର ପଟେଲ ଏବଂ ଦିପକ ହୁଡ୍ଡା ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.