PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଟିମ୍‌ ଇଣ୍ଡିଆକୁ ଝଟ୍‌କା: ରୋହିତ ଶର୍ମା ପୁଣି କରୋନା ପଜିଟିଭ ଚିହ୍ନଟ, ବୁମରାହଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତ

ଲଣ୍ଡନ ୨୯/ ୦୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଅନ୍ତିମ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା । କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଅଧିନାୟକ ରୋହିତ ଶର୍ମା ଏଜବେଷ୍ଟନ୍ ଟେଷ୍ଟରୁ ବାଦ୍‌ ପଡିଛନ୍ତି । ତାଙ୍କ ସ୍ଥାନରେ ଅଧିନାୟକ ଭାର ସମ୍ଭାଳିବେ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ।

ନ୍ୟୁଜ୍‌ ଏଜେନ୍ସି ପିଟିଆଇ ମୁତାବକ, ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଥିଲେ । ମଙ୍ଗଳବାର ପୁଣି ତାଙ୍କର ଟେଷ୍ଟ କରାଯାଇଥିଲା ଯେଉଁଥିରେ ସେ ପୁଣି ଥରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ସେ ଏଜବେଷ୍ଟନ ଟେଷ୍ଟ ଖେଳିବା ଅସମ୍ଭବ । ତେଣୁ ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରାହ ଟିମ୍‌ ଇଣ୍ଡିଆର ନେତୃତ୍ବ ନେବେ ।

ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ ଯାହାକି କରୋନା କାରଣରୁ ଗତ ବର୍ଷ ବାତିଲ ରହିଥିଲା । ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ୪ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୨-୧ରେ ଆଗୁଆ ରହିଛି ଏବଂ ଗୋଟିଏ ମ୍ୟାଚ ଡ୍ର’ ଭାବେ ଶେଷ ହୋଇଥିଲା । ୫ମ ଟେଷ୍ଟ ପରେ ଯଦି ରୋହିତ ପୁରାପୁରି ଭାବେ ଫିଟ୍‌ ରୁହନ୍ତି ତେବେ ତାଙ୍କ ନେତୃତ୍ବରେ ଦଳ ଟ୍ବେଣ୍ଟି ଟ୍ବେଣ୍ଟି ଏବଂ ଦିନିକିଆ ସିରିଜ ଖେଳିବ । ଟେଷ୍ଟ ମ୍ୟାଚ୍‌ ପାଇଁ ଭରତୀୟ ଦଳ ଘୋଷଣା ହୋଇସାରିଥିଲେ ସୁଦ୍ଧା ଦିନିକିଆ ଏବଂ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ ପାଇଁ ଦଳ ଘୋଷଣା ହୋଇନାହିଁ ।

ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ ସ୍କ୍ବାଡ୍‌ : ଯଶପ୍ରୀତ ବୁମରାହ (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ୍‌ ଆୟର, ହନୁମା ବିହାରୀ, ଚେତେଶ୍ବର ପୁଜାରା, ଋଷଭ ପନ୍ତ (ଓ୍ବିକେଟ କିପର), କେଏସ୍‌ ଭରତ (ଓ୍ବିକେଟ କିପର), ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମୀ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଏବଂ ଉମେଶ ଯାଦବ

ସମ୍ବନ୍ଧିତ ଖବର