ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଏଣିକି ସହଜ ହେବ କେଦାରନାଥ ଯାତ୍ରା; ମାତ୍ର, ୩୬ ମିନିଟରେ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

Published By : Swapna Ray | March 7, 2025 3:42 PM

ଉତ୍ତରାଖଣ୍ଡ, ୭।୩: ଏଣିକି ସହଜ ହେବ କେଦାରନାଥଙ୍କ ଦର୍ଶନ । ଆଉ ୮ରୁ ୯ ଘଣ୍ଟା ଧରି ଯାତ୍ରା କରିବାକୁ ପଡ଼ିବନି । ଚାଲିବାକୁ ପଡ଼ିବନି ୨୩ କିଲୋମିଟରର ଲମ୍ବା ପାହାଡ଼ି ରାସ୍ତା । ମାତ୍ର, ୩୬ ମିନିଟରେ ବାବାଙ୍କ ଦର୍ଶନ କରିବେ ଭକ୍ତ । । ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ଆଣିଲେ ସରକାର । ମେ ୨ରେ ଖୋଲିବ ବାବା କେଦାରନାଥଙ୍କ କବାଟ । ଏଥିପାଇଁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । କେନ୍ଦ୍ର କ୍ୟାବିନେଟ୍‌ରେ କେଦାରନାଥ ଏବଂ ହିମକୁଣ୍ତ ସାହେବ ଯାତ୍ରାକୁ ନେଇ ବଡ଼ ଘୋଷଣା କରାଯାଇଛି । ଖୁବଶୀଘ୍ର ଏହି ଦୁଇସ୍ଥାନରେ ରୋପ ୱେ ବ୍ୟବସ୍ଥା କରାଯିବ । ଏନେଇ ପ୍ରେସମିଟ୍‌ ଜରିଆରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସୂଚନା ଦେଇଛନ୍ତି । 

୨୩ କିଲୋମିଟର ପାହାଡ଼ି ରାସ୍ତା ପାର୍‌ କଲେ ବାବାଙ୍କ ଦର୍ଶନ ମିଳେ । ଏଥିପାଇଁ ପ୍ରାୟ ୮ରୁ ୯ ଘଣ୍ଟା ସମୟ ଲାଗିଯାଏ । କେଦାରନାଥ ଧାମ ପାଇଁ ରୋପ ୱେ ପ୍ରୋଜେକ୍ଟକୁ ମୋଦି ସରକାର ମଞ୍ଜୁରୀ ଦେଇଛନ୍ତି । ଖୁବଶୀଘ୍ର କେଦାରନାଥକୁ ଶ୍ରଦ୍ଧାଳୁମାନେ ରୋପ ୱେ ମାଧ୍ୟମରେ ଯାଇପାରିବେ । ଏହାଛଡ଼ା ହେମକୁଣ୍ଡ ରୋପ ୱେ ପ୍ରୋଜେକ୍ଟ ନିର୍ମାଣକୁ ମଞ୍ଜୁରୀ ମଧ୍ୟ ମିଳିଛି । ସୋନପ୍ରୟାଗ ଠାରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିମି ରୋପ ୱେ ନିର୍ମାଣ କରିଯିବ । ଏଥିପାଇଁ ୪୦୮୧ କୋଟି ଟଙ୍କା ଖର୍ଚ୍ଚ ହେବ । ରୋପ ୱେ ନିର୍ମାଣ ଦ୍ୱାରା କେଦାରନାଥକୁ ଯାତ୍ରା ୮ରୁ ୯ ଘଣ୍ଟାରୁ ବଦଳରେ ମାତ୍ର ୩୬ ମିନିଟରେ କରିହେବ । ପ୍ରତି ଘଣ୍ଟାରେ ୧୮ ଶହ ଯାତ୍ରୀ ବାବାଙ୍କ ଦର୍ଶନ କରିପାରିବେ । ଆଉ ଦିନକରେ ମୋଟ ୧୮ ହଜାର ଲୋକ ରୋପ ୱେ ରେ ଯାଇ ବାବାଙ୍କ ଦର୍ଶନ କରିବେ । କେବଳ କେଦାରନାଥ ଧାମ ନୁହେଁ ବରଂ ହିମକୁଣ୍ତ ସାହେବ ଯାତ୍ରା ପାଇଁ ବି ସରକାର ରୋପ ୱେ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି । ଗୋବିନ୍ଦଘାଟରୁ ହିମକୁଣ୍ତ ସାହେବ ‌ପର୍ଯ୍ୟନ୍ତ ୧୨.୪ କିଲୋମିଟର ରୋପ ୱେ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.