ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବାଘ ବଂଶ ବୃଦ୍ଧିପାଇଁ ସ୍ୱତନ୍ତ୍ର ଯୋଜନା: ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ବାଘୁଣୀ, ଏନକ୍ଲୋଜରରେ ଛଡାଗଲା

Published By : Prameya | October 28, 2024 11:34 AM

ବାରିପଦା ୨୮/୧୦: ଶିମିଳିପାଳରେ ଛଡାଗଲା ନୂଆ ମହାବଳ ବାଘୁଣୀ। ଗତ ବିଳମ୍ବିତ ରାତିରେ ଛାଡ଼ିଯିବା ଯୋଜନାରେ ସାମାନ୍ୟ ପରିବର୍ତ୍ତନ । ଆଜି ବଡିଭୋରରୁ ଏନକ୍ଲୋଜରରେ ଛଡାଯାଇଥିବା ସୂଚନା । କିଛିଦିନ ଅହରହ ନିରୀକ୍ଷଣରେ ରହିବା ପରେ ଜଙ୍ଗଲର କୋର୍‌ ଏରିଆରେ ଛଡ଼ାଗଲାେ ଛଡାଯିବ। 

ସୂଚନା ଥାଉକି,ବାରିପଦା, ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଆସିଛି ଗୋଟିଏ ଅଢେଇ ବର୍ଷର ବାଘୁଣୀ । ଏହି ବାଘୁଣୀକୁ ଆଣିବାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ୱତନ୍ତ୍ର ଟିମ୍‌ ଗତ ୨୦ ତାରିଖରେ  ମହାରାଷ୍ଟ୍ର ଯାଇଥିଲା । ଗତକାଲି ବାଘୁଣୀ ଧରାହେବା ପରେ ଆଇନ କାନୁନ ଅନୁଯାୟୀ ସମସ୍ତ କାଗଜପତ୍ର ହେବା ପରେ ଏହାକୁ ଶିମିଳିପାଳକୁ ଅଣାଯାଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶଚାନ୍ଦ ଗୋଗୀନେନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଏହି ବାଘୁଣୀକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଏନକ୍ଲୋଜର ଭିତରେ ରଖାଯାଇଥିବା ବେଳେ ବିଳମ୍ବିତ ରାତ୍ରିରେ ଶିମିଳିପାଳ ଭିତର କୋର ଏରିଆରେ ଛଡାଯିବ ବୋଲି ସୂଚନା ମିଳିଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶାରେ ଏବେ ୩୦ ମହାବଳ ବାଘ  ଅଛନ୍ତି । ସେଥିରୁ ୨୭ଟି ମହାବଳ  ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି ।  ୧୪ଟି ମାଈ ଏବଂ ୧୩ଟି ଅଣ୍ଡିରା  ବାଘ ବୋଲି ଜଣା ପଡିଛି । ତେବେ  ଶିମିଳିପାଳରେ ଥିବା ୨୭ଟି ମହାବଳ  ବାଘ ମଧ୍ୟରୁ ୬୦ ପ୍ରତିଶତ ବାଘ  ଅର୍ଥାତ ୧୬ଟି ଇନ୍‌ ବ୍ରିଡିଂ(ସମବଂଶୀଙ୍କ  ମଧ୍ୟରେ ମେଟିଂ) କଳାବାଘ ରହିଛନ୍ତି । ଏହି ପ୍ରଜାତିର ମହାବଳ ବାଘଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ । ତେଣୁ  ଏମାନେ ବେଶୀ ବର୍ଷ ପର୍ଯ୍ୟନ୍ତ ବଞ୍ଚି  ପାରିବେନି । 

ଯାହାକି ବଂଶ ଲୋପର କାରଣ ପାଲଟିପାରେ ବୋଲି ଆଶଙ୍କା  କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ ।  ତେଣୁ ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ  ସରକାର ଉଦ୍ୟମ ଆରମ୍ଭ କରିଥିଲେ ।  ତେଣୁ ବନବିଭାଗ ମହାରାଷ୍ଟ୍ରରୁ ମହାବଳ  ଆଣି ଏଠାରେ ଛାଡ଼ିବାକୁ ଯୋଜନା  କରିଥିଲା । ଏଥିପାଇଁ ଏନ୍‌ଟିସିଏର  ଅନୁମତି ଲୋଡ଼ା ଯାଇଥିଲା । ବାଘ ବଂଶ ବୃଦ୍ଧି ପାଇଁ ଶିମିଳିପାଳ ପ୍ରକୃଷ୍ଠ  ସ୍ଥାନ ବୋଲି ଏନଟିସିଏ ପକ୍ଷରୁ ସ୍ପଷ୍ଟ  ହେବା ପରେ ଏହି ଯୋଜନା ଉପରେ  ମୋହର ମାରିଥିଲା । 

ମହାରାଷ୍ଟ୍ର ସରକାର ମଧ୍ୟ ବେଶ ଅଗ୍ରାଧିକାର ଦେଇ ଆସୁଥିବାରୁ  ମହାରାଷ୍ଟ୍ରର ତାଡୋବାରୁ ଶିମିଳିପାଳକୁ ଦୁଇ ମାଈ ମହାବଳ  ଅଣାଯିବ ବୋଲି ପୂର୍ବରୁ ସୂଚନା ଥିଲା । ଏନଟିସିଏ ପକ୍ଷରୁ ସମସ୍ତ  ଗାଇଡଲାଇନ୍‌ ତଥା ଆଇନ୍‌ ପ୍ରକ୍ରିୟା ଅନୁଯାୟୀ ମହାରାଷ୍ଟ୍ରରୁ  ଗୋଟିଏ ବାଘୁଣୀକୁ ସୁରକ୍ଷିତ ଭାବେ ଅଣାଯାଇ ଶିମିଳିପାଳରେ  ଛଡାଯିବାର ବ୍ୟବସ୍ଥା ହୋଇଛି । ଅନ୍ୟ ଏକ ଟିମ୍‌ ମଧ୍ୟ ମହାରାଷ୍ଟ୍ରରେ  ଅଛନ୍ତି । କିଛିଦିନ ମଧ୍ୟରେ ଆଉଏକ ମହାବଳ ଧରି ସେମାନେ ଶିମିଳିପାଳରେ ପହଞ୍ଚିବେ ବୋଲି ଜଣାପଡ଼ିଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.