ବାରିପଦା ୨୮/୧୦: ଶିମିଳିପାଳରେ ଛଡାଗଲା ନୂଆ ମହାବଳ ବାଘୁଣୀ। ଗତ ବିଳମ୍ବିତ ରାତିରେ ଛାଡ଼ିଯିବା ଯୋଜନାରେ ସାମାନ୍ୟ ପରିବର୍ତ୍ତନ । ଆଜି ବଡିଭୋରରୁ ଏନକ୍ଲୋଜରରେ ଛଡାଯାଇଥିବା ସୂଚନା । କିଛିଦିନ ଅହରହ ନିରୀକ୍ଷଣରେ ରହିବା ପରେ ଜଙ୍ଗଲର କୋର୍‌ ଏରିଆରେ ଛଡ଼ାଗଲାେ ଛଡାଯିବ। 

ସୂଚନା ଥାଉକି,ବାରିପଦା, ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଆସିଛି ଗୋଟିଏ ଅଢେଇ ବର୍ଷର ବାଘୁଣୀ । ଏହି ବାଘୁଣୀକୁ ଆଣିବାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ୱତନ୍ତ୍ର ଟିମ୍‌ ଗତ ୨୦ ତାରିଖରେ  ମହାରାଷ୍ଟ୍ର ଯାଇଥିଲା । ଗତକାଲି ବାଘୁଣୀ ଧରାହେବା ପରେ ଆଇନ କାନୁନ ଅନୁଯାୟୀ ସମସ୍ତ କାଗଜପତ୍ର ହେବା ପରେ ଏହାକୁ ଶିମିଳିପାଳକୁ ଅଣାଯାଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶଚାନ୍ଦ ଗୋଗୀନେନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଏହି ବାଘୁଣୀକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଏନକ୍ଲୋଜର ଭିତରେ ରଖାଯାଇଥିବା ବେଳେ ବିଳମ୍ବିତ ରାତ୍ରିରେ ଶିମିଳିପାଳ ଭିତର କୋର ଏରିଆରେ ଛଡାଯିବ ବୋଲି ସୂଚନା ମିଳିଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶାରେ ଏବେ ୩୦ ମହାବଳ ବାଘ  ଅଛନ୍ତି । ସେଥିରୁ ୨୭ଟି ମହାବଳ  ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି ।  ୧୪ଟି ମାଈ ଏବଂ ୧୩ଟି ଅଣ୍ଡିରା  ବାଘ ବୋଲି ଜଣା ପଡିଛି । ତେବେ  ଶିମିଳିପାଳରେ ଥିବା ୨୭ଟି ମହାବଳ  ବାଘ ମଧ୍ୟରୁ ୬୦ ପ୍ରତିଶତ ବାଘ  ଅର୍ଥାତ ୧୬ଟି ଇନ୍‌ ବ୍ରିଡିଂ(ସମବଂଶୀଙ୍କ  ମଧ୍ୟରେ ମେଟିଂ) କଳାବାଘ ରହିଛନ୍ତି । ଏହି ପ୍ରଜାତିର ମହାବଳ ବାଘଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ । ତେଣୁ  ଏମାନେ ବେଶୀ ବର୍ଷ ପର୍ଯ୍ୟନ୍ତ ବଞ୍ଚି  ପାରିବେନି । 

ଯାହାକି ବଂଶ ଲୋପର କାରଣ ପାଲଟିପାରେ ବୋଲି ଆଶଙ୍କା  କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ ।  ତେଣୁ ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ  ସରକାର ଉଦ୍ୟମ ଆରମ୍ଭ କରିଥିଲେ ।  ତେଣୁ ବନବିଭାଗ ମହାରାଷ୍ଟ୍ରରୁ ମହାବଳ  ଆଣି ଏଠାରେ ଛାଡ଼ିବାକୁ ଯୋଜନା  କରିଥିଲା । ଏଥିପାଇଁ ଏନ୍‌ଟିସିଏର  ଅନୁମତି ଲୋଡ଼ା ଯାଇଥିଲା । ବାଘ ବଂଶ ବୃଦ୍ଧି ପାଇଁ ଶିମିଳିପାଳ ପ୍ରକୃଷ୍ଠ  ସ୍ଥାନ ବୋଲି ଏନଟିସିଏ ପକ୍ଷରୁ ସ୍ପଷ୍ଟ  ହେବା ପରେ ଏହି ଯୋଜନା ଉପରେ  ମୋହର ମାରିଥିଲା । 

ମହାରାଷ୍ଟ୍ର ସରକାର ମଧ୍ୟ ବେଶ ଅଗ୍ରାଧିକାର ଦେଇ ଆସୁଥିବାରୁ  ମହାରାଷ୍ଟ୍ରର ତାଡୋବାରୁ ଶିମିଳିପାଳକୁ ଦୁଇ ମାଈ ମହାବଳ  ଅଣାଯିବ ବୋଲି ପୂର୍ବରୁ ସୂଚନା ଥିଲା । ଏନଟିସିଏ ପକ୍ଷରୁ ସମସ୍ତ  ଗାଇଡଲାଇନ୍‌ ତଥା ଆଇନ୍‌ ପ୍ରକ୍ରିୟା ଅନୁଯାୟୀ ମହାରାଷ୍ଟ୍ରରୁ  ଗୋଟିଏ ବାଘୁଣୀକୁ ସୁରକ୍ଷିତ ଭାବେ ଅଣାଯାଇ ଶିମିଳିପାଳରେ  ଛଡାଯିବାର ବ୍ୟବସ୍ଥା ହୋଇଛି । ଅନ୍ୟ ଏକ ଟିମ୍‌ ମଧ୍ୟ ମହାରାଷ୍ଟ୍ରରେ  ଅଛନ୍ତି । କିଛିଦିନ ମଧ୍ୟରେ ଆଉଏକ ମହାବଳ ଧରି ସେମାନେ ଶିମିଳିପାଳରେ ପହଞ୍ଚିବେ ବୋଲି ଜଣାପଡ଼ିଛି