ନୂଆଦିଲ୍ଲୀ: ଗୁରୁବାର ଲକ୍ଷ୍ନୌଠାରୁ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ପରାଜୟ ବରଣ କରିଛି ବେଙ୍ଗାଲୁରୁ । ୯ ରନରେ ଏହି ମ୍ୟାଚ ହାରିବା ପରେ ମଧ୍ୟ ଏକ ନୂଆ ରେକର୍ଡ ଅର୍ଜନ କରିଛି RCB । ଗତକାଲିର ମ୍ୟାଚ ଜିତିଥିଲେ ବେଙ୍ଗାଲୁରୁ ପଏଣ୍ଟ ଟେବୁଲରେ ଟପ୍ପର ହୋଇଥାନ୍ତା । ମାତ୍ର ଦଳ ପରାଜୟ ବରଣ କରିଛି । କିନ୍ତୁ ଦଳ ଏକ ଭଲ ସ୍କୋର କରିଥିଲା । ଲଢ଼େଇ କରି ପରାଜୟ ବରଣ କରିବା ପରେ ଆଇପିଏଲ ଇତିହାସରେ ଏକ ବଡ଼ ରେକର୍ଡ ନିଜ ନାମରେ କରିପାରିଛି ।

ଗତକାଲି ମ୍ୟାଚରେ୨୧୩ ରନର ଟାର୍ଗେଟକୁ ପିଛା କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୬ ୱିକେଟ ହରାଇ ୨୦୩ ରନ କରିଥିଲା ।ଦଳ ପରାଜୟ ପରେ ମଧ୍ୟ ଏକ ରେକର୍ଡ ନିଜ ନାମରେ ରହିଛି । ଆଇପିଏଲରେ ୨୦୦ରୁ ଅଧିକ ସ୍କୋର ସର୍ବାଧିକଥର କରିବାର ରେକର୍ଡ ନିଜ ନାମରେ କରିଛି । ଯାହା ପୂର୍ବରୁ ଚେନ୍ନାଇ ନାମରେ ରହିଥିଲା । ଆଇପିଏଲ ଇତିହାସରେ ୪୦ଥର ଏହି ମାଇଲଖୁଣ୍ଟ ପାର କରିଛି ବେଙ୍ଗାଲୁରୁ । ଚେନ୍ନାଇ ୩୯ଥର ଏହି ସ୍କୋର କରିଛି । ତେବେ ତୃତୀୟ ସ୍ଥାନରେ ରହିଛି ପଞ୍ଜାବ କିଙ୍ଗ୍ସ । ସେ ୩୮ ଥର କରିଛି ।

ଏହାସହ ପଢ଼ନ୍ତୁ: ଅଭିନୟ କରିବେ ହିଟମ୍ୟାନ୍, ସାମ୍ନାକୁ ଆସିଲା ଭିଡିଓ