ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଇଶାନ କିଶନଙ୍କ ବିସ୍ଫୋରକ ପ୍ରଦର୍ଶନ; ବେଙ୍ଗାଲୁରୁ ଆଗରେ ୨୩୨ ରନ୍‌ର ବିଶାଳ ଟାର୍ଗେଟ ରଖିଲା ହାଇଦ୍ରାବାଦ

Published By : Soubhagya Ranjan | May 23, 2025 9:41 PM

ଲକ୍ଷ୍ନୌ,୨୩/୦୫: ଆଇପିଏଲ୍‌ ୨୦୨୫ର ୬୫ତମ ମ୍ୟାଚ୍‌ ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପାୟୀ ଏକନା ଷ୍ଟାଡିୟମରେ ଖେଳାଯାଇଥିଲା। ମୁହାଁମୁହିଁ ହୋଇଥିଲେ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଆରସିବି। ତେବେ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୩୧ ରନ୍‌ର ବିଶାଳ ରନ୍‌ କରିଛି। ଦଳ ପକ୍ଷରୁ ଇଶାନ୍‌ କିଶନ ସର୍ବାଧିକ ବିସ୍ପୋରକ ୯୪ ରନ୍‌ର ଇନିଂସ ଖେଳିଥିଲେ। ସେ ତାଙ୍କ ପାଳିରେ ୪୮ ବଲ୍‌ରେ ୭ ଚୌକା ୫ ଛକା ସହାୟତାରେ ଏହି ସ୍କୋର କରିଛନ୍ତି। 

ଅନ୍ୟମାନଙ୍କ ମଧ୍ୟରେ ଅଭିଶେକ ଶର୍ମା   ୧୭ବଲ୍‌ରେ ୩ ଚୌକା ଓ ୩ ଛକା ସହାୟତାରେ ୩୪ ରନ୍‌, ଅନିକେତ ବର୍ମା ୨୬ ରନ୍, ହେନ୍‌ରିଚ୍‌ କ୍ଳାସେନ ୨୪, ଟ୍ରାଭିସ୍‌ ହେଡ୍‌ ୧୭, ପାଟ୍‌ କମିନ୍ସ ୧୩, ଅଭିନବ ମନୋହର ୧୨ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଦୁଇଅଙ୍କ ଛୁଇଁପାରିନଥିଲେ। 

ବୋଲରଙ୍କ ମଧ୍ୟରେ ରୋମାରିଓ ସେଫାର୍ଡଙ୍କୁ ଦୁଇଟି ସଫଳତା ମିଳିଥିବା ବେଳେ ଭୁବନେଶ୍ବର, ନଙ୍ଗ୍‌ଡି, ସୁୟଶ ଏବଂ କୁନାଲ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ବର୍ତ୍ତମାନ ବେଙ୍ଗାଲୁରୁ ଦଳ ହାଇଦ୍ରାବାଦ ଦେଇଥିବା ୨୩୨ ରନ୍‌ର ଟାର୍ଗେଟକୁ ହାସଲ କରିବାକୁ ମଇଦାନକୁ ଓହ୍ଲାଇବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.