ଲକ୍ଷ୍ନୌ,୨୩/୦୫: ଆଇପିଏଲ୍‌ ୨୦୨୫ର ୬୫ତମ ମ୍ୟାଚ୍‌ ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପାୟୀ ଏକନା ଷ୍ଟାଡିୟମରେ ଖେଳାଯାଇଥିଲା। ମୁହାଁମୁହିଁ ହୋଇଥିଲେ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଆରସିବି। ତେବେ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୩୧ ରନ୍‌ର ବିଶାଳ ରନ୍‌ କରିଛି। ଦଳ ପକ୍ଷରୁ ଇଶାନ୍‌ କିଶନ ସର୍ବାଧିକ ବିସ୍ପୋରକ ୯୪ ରନ୍‌ର ଇନିଂସ ଖେଳିଥିଲେ। ସେ ତାଙ୍କ ପାଳିରେ ୪୮ ବଲ୍‌ରେ ୭ ଚୌକା ୫ ଛକା ସହାୟତାରେ ଏହି ସ୍କୋର କରିଛନ୍ତି। 

ଅନ୍ୟମାନଙ୍କ ମଧ୍ୟରେ ଅଭିଶେକ ଶର୍ମା   ୧୭ବଲ୍‌ରେ ୩ ଚୌକା ଓ ୩ ଛକା ସହାୟତାରେ ୩୪ ରନ୍‌, ଅନିକେତ ବର୍ମା ୨୬ ରନ୍, ହେନ୍‌ରିଚ୍‌ କ୍ଳାସେନ ୨୪, ଟ୍ରାଭିସ୍‌ ହେଡ୍‌ ୧୭, ପାଟ୍‌ କମିନ୍ସ ୧୩, ଅଭିନବ ମନୋହର ୧୨ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଦୁଇଅଙ୍କ ଛୁଇଁପାରିନଥିଲେ। 

ବୋଲରଙ୍କ ମଧ୍ୟରେ ରୋମାରିଓ ସେଫାର୍ଡଙ୍କୁ ଦୁଇଟି ସଫଳତା ମିଳିଥିବା ବେଳେ ଭୁବନେଶ୍ବର, ନଙ୍ଗ୍‌ଡି, ସୁୟଶ ଏବଂ କୁନାଲ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ବର୍ତ୍ତମାନ ବେଙ୍ଗାଲୁରୁ ଦଳ ହାଇଦ୍ରାବାଦ ଦେଇଥିବା ୨୩୨ ରନ୍‌ର ଟାର୍ଗେଟକୁ ହାସଲ କରିବାକୁ ମଇଦାନକୁ ଓହ୍ଲାଇବ।