ଜୟପୁର,୦୧/୦୫: ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୨୬ ରନର ଟାର୍ଗେଟକୁ ଚେଜ୍ କରି ଇତିହାସ ସୃଷ୍ଟି କରିଛି। ଏହା ଇଣ୍ଡିଆନ୍ ପ୍ରିମିୟର ଲିଗରେ ଦିଲ୍ଲୀର ସର୍ବାଧିକ ସଫଳ ରନ ଚେଜ୍। କେଏଲ ରାହୁଲ ଏବଂ ପଥୁମ୍ ନିସାଙ୍କାଙ୍କ ଅର୍ଦ୍ଧଶତକ ଦିଲ୍ଲୀକୁ ଏହି ସଫଳତା ହାସଲ କରିବାରେ ସାହାଯ୍ୟ କରିଥିଲା। ଆଇପିଏଲ ୨୦୨୬ରେ ପ୍ରଥମ ଥର ପାଇଁ ଖେଳୁଥିବା ମିଚେଲ ଷ୍ଟାର୍କ ତିନୋଟି ୱିକେଟ ନେଇଥିଲେ। ଆଶୁତୋଷ ଶର୍ମା ଏବଂ ନୀତିଶ ରାଣା ମଧ୍ୟ ଛୋଟ ଇନିଂସ ସହିତ ଦିଲ୍ଲୀର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।

ଦିଲ୍ଲୀର ସବୁଠାରୁ ବଡ଼ ରନ ଚେଜ୍:

ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୨୫ ରନ କରିଥିଲା। କେଏଲ ରାହୁଲ ଏବଂ ପଥୁମ ନିସାଙ୍କା ଏହି ଐତିହାସିକ ରନ ଚେଜ୍ ମୂଳଦୁଆ ପକାଇଥିଲେ। ସେମାନେ ୫୭ ବଲ୍ ରେ ପ୍ରଥମ ୱିକେଟ ସୁଦ୍ଧା ୧୧୦ ରନ ଯୋଡ଼ିଥିଲେ। ନିସାଙ୍କା ୩୩ ବଲ୍ ରୁ ୬୨ ରନ ସଂଗ୍ରହ କରିଥିବା ବେଳେ କେ ଏଲ୍ ରାହୁଲ ୪୦ ବଲ୍ ରୁ ୭୫ ରନ କରିଥିଲେ।

୨୨୬ ରନ୍ - ଦିଲ୍ଲୀ କ୍ୟାପିଟାଲ୍ସ (ବନାମ ଆରଆର)

୨୧୦ ରନ୍ - ଦିଲ୍ଲୀ କ୍ୟାପିଟାଲ୍ସ (ବନାମ ଏଲଏସଜି)

ଇତିହାସ ରଚିଲେ କେ ଏଲ ରାହୁଲ:

ଏହି ମ୍ୟାଚ୍ରେ କେଏଲ୍ ରାହୁଲ୍ ୪୦ ବଲ୍ରେ ୭୫ ରନ୍ କରିଥିଲେ। ଏହା ସହିତ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସର୍ବାଧିକ ୫୦ରୁ ଅଧିକ ସ୍କୋର କରିବା ରେକର୍ଡର ସମକକ୍ଷ ହୋଇଥିଲେ। ଆଇପିଏଲ୍ ଇତିହାସରେ ୮ମ ଥର ପାଇଁ ରାହୁଲ୍ ରାଜସ୍ଥାନ ବିପକ୍ଷରେ ୫୦ କିମ୍ବା ତା’ଠାରୁ ଅଧିକ ସ୍କୋର କରିଛନ୍ତି। ତାଙ୍କ ପୂର୍ବରୁ ଏବି ଡିଭିଲିୟର୍ସ ମଧ୍ୟ ଆଠ ଥର ୫୦+ ସ୍କୋର କରିଛନ୍ତି।